୨୦ କ୍ବିଣ୍ଟାଲରୁ ଅଧିକ ଚୋରା ଗଞ୍ଜେଇ ଜବତ : ୨ ଗିରଫ, ୧୨ ଫେରାର

Published By : Prameya-News7 Bureau | June 27, 2020 IST

କନ୍ଧମାଳ ୨୭।୬: କନ୍ଧମାଳ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ନେତୃତ୍ବରେ ଗୋଚ୍ଛାପଡା ପୋଲିସ ସହାୟତାରେ ଗୋଚ୍ଛାପଡା ଥାନା ଅନ୍ତର୍ଗତ ପାହିରାଜୁ ପଞ୍ଚାୟତର ଡ୍ରସେରୁ ଗ୍ରାମରେ ଚଢାଉ କରାଯାଇ ବିକ୍ରି କରିବା ଉଦ୍ଦେଶ୍ୟରେ ରଖାଯାଇଥିଲେ ୨୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

{"id":292130,"sizeSlug":"large"}

ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ବାକି ୧୨ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ବଡଗା ଦିଗାଲ ଓ ବିଂଜେ କହଁର । ପୋଲିସ ସମସ୍ତ ଗଞ୍ଜେଇକୁ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି । ଫେରାର ଥିବା ଆଉ ୧୨ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.