Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପାଟଣା ଯୋଗାଣ ଅଧିକାରୀଣୀଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରାଲ୍‌ କରିବା ଘଟଣା, ୨ ଅଭିଯୁକ୍ତ ଗିରଫ

20/10/2021 at 9:54 PM

ପାଟଣା ୨୦/୧୦: ରାସନ କାର୍ଡ କଟିବା ନେଇ ଯୋଗାଣ ଅଧିକାରୀଣୀଙ୍କ କାର୍ଯ୍ୟାଳୟରେ ପାଟିତୁଣ୍ଡ ପରେ ଅଧିକାରୀଣୀଙ୍କ ଫୋଟକୁ ଅଶ୍ଳୀଳ କରି ଭାଇରାଲ କରିବା ଘଟଣାରେ ଦୁଇ ଯୁବକ ଗିରଫ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ  ଯୋଗାଣ ଅଧିକାରିଣୀଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଅଭିଯୋଗରେ ପାଟଣା ପୋଲିସ ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଯୁବକ ହେଲେ ତୁରୁମୁଙ୍ଗା ଥାନା  ବାଉଁଶୁଳୀ ପଞ୍ଚାୟତ ଭଅଁରପୁର ଗ୍ରାମର ଚିତ୍ତରଞ୍ଜନ ମହାନ୍ତ ଏବଂ ସୁନୀଲ କୁମାର ସେଠୀ ।

ପୋଲିସ ସୂଚନା ଅନୁଯାୟୀ  ୨ ଯୁବକ ଗତ ୫ ତାରିଖ  ଦିନ ବ୍ଲକ କାର୍ଯ୍ୟାଳୟକୁ ଆସି  ସେମାନଙ୍କର ରାସନ କାର୍ଡ କାହିଁକି କଟିଛି  ବୋଲି ସମ୍ପୃକ୍ତ ଅଧିକାରୀଣୀଙ୍କୁ ଗାଳି ଗୁଲଜ କରିବା ସହ ମହିଳାଙ୍କ ଫଟୋ ଉଠାଇଥିଲେ ।

ଫଟୋ ଉଠାଇବାର ୧୦ ଦିନ ପରେ  ଉକ୍ତ ଯୁବକ ମହିଳା ଅଧିକାରୀଣୀଙ୍କ  ମୁହଁ ସହ ଏକ ନଗ୍ନ ଫଟୋ ଯୋଡି ବ୍ଲକ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ହ୍ଵାଟ୍ସଆପକୁ ପଠାଇବା ପରେ ମହିଳା ଯୋଗାଣ ଅଧିକାରୀ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ  ପରେ  ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts