Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବାଇକ୍‌ରେ ଦେଢ଼ ଶହ ଲିଟର ଦେଶୀ ମଦ ନେଇ ଯାଉଥିଲେ ୨ ଯୁବକ, କାବୁ କଲା ଅବକାରୀ ବିଭାଗ

20/10/2021 at 10:09 PM

ନୀଳଗିରି,୨୦/୧୦: ବାଇକରେ ମଦ ନେଇ ଯାଉଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ କାବୁ କଲା ଅବକାରୀ ବିଭାଗ । ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ମାଙ୍କଡ଼ପଡା ଅଞ୍ଚଳରୁ ଓଡ଼ି ୦୧ ଏମ-୫୩୦୪ ନମ୍ବର ବିଶିଷ୍ଟ ଏକ ବାଇକରେ ଦେଶୀ ମଦ ନେଇ ନୀଳଗିରି ଆଡକୁ ଆସୁଥିଲେ ଦୁଇ ଯୁବକ ।

ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ଅବକାରୀ ଓଆଇସି ଜୟନ୍ତୀ ଆଚାର୍ଯ୍ୟଙ୍କ ସହ ଅନ୍ୟ କର୍ମଚାରୀ ମଦ ସହ ଗାଡ଼ିକୁ ପିଠାହତା ଅଞ୍ଚଳରୁ ଧରିବାରେ ସଫଳ ହୋଇଥିଲେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ରଞ୍ଜିତ ଦାସ (୧୯) ଓ ନୀଳଗିରି ଥାନା ଅଧିନ ଶିଆଡିମାଳ ପଞ୍ଚାୟତ ଚତର ଗ୍ରାମର ରାକେଶ କୁମାର ମେଦିନରାୟ(୨୩)ଙ୍କୁ ଗିରଫ କରିବା ସହ ୧୫୦ ଲିଟର ଦେଶୀମଦ ଓ ବାଇକ ଜବତ କରାଯାଇଛି । ଏନେଇ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

   Related Posts