ଢେଙ୍କାନାଳ ସହରରରୁ ପୁଣି ୪୦ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଜଣ ଗିରଫ

Published By : Prameya-News7 Bureau | October 01, 2021 IST

ଢେଙ୍କାନାଳ ୧।୧୦: ଢେଙ୍କାନାଳ ସହରରେ ଚାଲିଛି ବ୍ରାଉନ ସୁଗାର ବେପାର ।  ଟାଉନ ପୋଲିସ ବାରମ୍ବାର ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ୧୬୬ ଗ୍ରାମ ଓ ଅନେକ ଯୁବକଙ୍କୁ ଗିରଫ କରିସାରିଛି । ଏପରି ସ୍ଥିତିକୁ ଦେଖି ଅବକାରୀ ବିଭାଗ ତତ୍ପର ହୋଇପଡିଛି ।  ଫଳରେ ଅବକାରୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି ଚଢ଼ାଉ ଆରମ୍ଭ ହୋଇଛି । 

ତେବେ ବିଶେଷ ସୂତ୍ରରୁ ସୂଚନା ପାଇ ଧଳା ଜହର କାରବାରର ପେଣ୍ଠସ୍ଥଳୀ ସାଜିଥିବା ଢେଙ୍କାନାଳ ସହରର ବାଜିଚୌକ ଅଂଚଳରେ ଗତ ରାତିରେ ଚଢ଼ାଉ କରିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ।  ଏହି ଚଢ଼ାଉ ବେଳେ ୪୦ଗ୍ରାମ ବ୍ରାଉନସୁଗାର ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ସ୍କ୍ବାଡ୍ ।

ଏହି ଧଳା ଜହର କାରବାର କରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ଢେଙ୍କାନାଳ ସହରର କାଂଚନ ବଜାରର କୁନା ବେହେରା ଓ ବାଜିଚୌକ ଅଂଚକର ରାହୁଲ ରାଉତ ।  ଉଭୟେ ବିକ୍ରି କରିବାକୁ ଯାଉଥିବାବେଳେ ପ୍ରତ୍ୟେକଙ୍କଠାରୁ ୨୦ଗ୍ରାମ ଲେଖାଏଁ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗର ଏହି ସ୍ବତନ୍ତ୍ର ସ୍କ୍ବାଡ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.