ରାଜଧାନୀରେ ନକଲି ସୁନା ରାକେଟ୍ : ୨ କେଜି ସୁନା ଜବତ ସହ ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 16, 2021 IST

ଭୁବନେଶ୍ବର ୧୬।୧୦: ରାଜଧାନୀରୁ ଜବତ ହେଲା ନକଲି ସୁନା । ସହିଦନଗର ଥାନା ପୋଲିସ ଏହି ନକଲି ସୁନାକୁ ଜବତ କରିଛି । ୨ କେଜି ନକଲି ସୁନା ଜାବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଲ୍ ଚାଲିଥିବା ବେଳେ ଚଢାଉ କରିଥିଲା ସହିଦନଗର ଥାନା ପୋଲିସ । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ମାଡିବସି ୨ କେଜି ସୁନା ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ଛତିଶଗଡର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ଘନଶ୍ୟାମ ସୋଲାଙ୍କ ଓ ମୋହନ ସୋଲାଙ୍କ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.