ଘରେ ଚୋରା ମଦ ବେପାର ଚାଲିଥିବା ବେଳେ ଧରିଲା ପୋଲିସ : ବିପୁଳ ପରିମାଣର ମଦ ଜବତ, ୨ ଅଟକ
9/01/2021 at 10:36 AM

ଭଦ୍ରକ ୯।୧: ଘରେ ଚୋରାରେ ମଦ ରଖି ବେପାର କରୁଥିବା ବେଳେ ମାଡିବସିଲା ପୋଲିସ । ବିପୁଳ ପରିମାଣରେ ମଦ ଜବତ । ଚୋରା ମଦ କାରବାର ଓ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଭଦ୍ରକ ଟାଉନ ପୋଲିସ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟରେ ଏକ ଘରେ ଚୋରାରେ ମଦ ବିକ୍ରି ହେଉଥିବାର ପୋଲିସ ଖବର ପାଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଚଢାଉ କରିବା ସହ ମଦ ବିକ୍ରି ହେଉଥିବା ଘର ଉପରେ ପୋଲିସ ଛାନଭିନ୍ କରିଥିଲା । ଚଢାଉ ସମୟରେ ବିଭିନ୍ନ ବ୍ରାଣ୍ଡର ଚୋରା ମଦ ପେଟି ଜବତ କରିଥିଲା ପୋଲିସ । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ଅଧିକ ତଦନ୍ତ ଚଳାଇଛି ଟାଉନ ଥାନା ପୋଲିସ । ଜବତ ହୋଇଥିବା ମଦର ପରିମାଣ ପ୍ରାୟ ୪୮ ଲିଟରରୁ ଅଧିକ ବୋଲି ଜଣାପଡିଛି ।
Related Posts
ଜଙ୍ଗଲରେ ନିଆଁ, ଜଳିଗଲା ୧୫ ଶହରୁ ଅଧିକ ଗଛ
19 January 2021
ଉତ୍ତର ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର ପ୍ରଧାନ
19 January 2021