ସିଗାରେଟ୍ ଟ୍ରକ ଲୁଟ୍ ଘଟଣାର ପର୍ଦ୍ଦଫାଶ : ୨ ସିଗାରେଟ ବ୍ୟବସାୟୀ ଗିରଫ

Published By : Prameya-News7 Bureau | December 04, 2019 IST

ଖୋର୍ଦ୍ଧା ୦୪।୧୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳ NH-16 ରୁ ସିଗାରେଟ ଟ୍ରକ ଲୁଟ୍ ଘଟଣାରେ ଟାଙ୍ଗି ପୋଲିସକୁ ସଫଳତା ମିଳିଛି । ସିଗାରେଟକୁ  ଚୋରି କରିଥିବା ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟବସାୟୀ ଦୁହେଁ ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାର ସିଗାରେଟ ବ୍ୟବସାୟୀ ଅମିତ ଚୋପ୍ରା ଏବଂ ଅମିତ ଚକ୍ରବର୍ତ୍ତୀ । ଏହି ଦୁଇ ସିଗାରେଟ ବ୍ୟବସାୟଙ୍କ ଠାରୁ ୧ କୋଟି ୨ ଲକ୍ଷ ଟଙ୍କାର ସିଗାରେଟ ଜବତ କରିଛି  ଟାଙ୍ଗୀ ପୋଲିସ । ଲୁଟ୍ ହୋଇଥିବା ଦିନ ହିଁ ସିଗାରେଟ ଟ୍ରକକୁ ଠାବ କରିଥିଲା ଟାଙ୍ଗୀ ପୋଲିସ। ମୋଟ ଦେଢ କୋଟି ଟଙ୍କା ର ନାମିଦାମୀ ସିଗାରେଟ ଲୁଟି ନେଇଥିଲେ ଡକାୟତ ।

{"id":193716,"sizeSlug":"large"}

ସିଗାରେଟ ବୋଝେଇ କଣ୍ଟେନର୍ ଡ୍ରାଇଭର କୁ ମାଡମାରି ଜଙ୍ଗଲରେ ଫିଙ୍ଗିଦେଇ କଣ୍ଟେନର୍ ହାଇଜାକ୍ କରି ନେଇଥିଲେ ୬ ଜଣ ଡକାୟତ। ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରୁ ଗତ ୪ ତାରିଖ ରାତିରେ ହୋଇଥିଲା ଲୁଟ୍ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ନିରୀକ୍ଷକ ଏହି ମାମଲାର ତଦନ୍ତ କରୁଥିଲେ । ଲୁଟ୍‌ର ଘଟଣାର ମୂଖ୍ୟ ଅଭିଯୁକ୍ତମାନେ ମଧ୍ୟପ୍ରଦେଶର କନ୍-ଜାର୍ ଗ୍ରୁପ୍ ବୋଲି ଜଣାପଡିଛି। ମାତ୍ର ସେମାନଙ୍କୁ ଧରିବାରେ ସଫଳ ହୋଇନାହିଁ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.