କଳାହାଣ୍ଡି-କନ୍ଧମାଳ ସୀମାରେ ଗୁଳି ବିନିମୟ ଘଟଣା, ୨ ଯବାନ ସହିଦ

Published By : Prameya-News7 Bureau | September 10, 2020 IST

କଳାହାଣ୍ଡି ୧୦।୦୯: କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ପୋଲିସ - ମାଓବାଦୀ ଗୁଳି ବିନିମୟ ଘଟଣା । ଗୁଳିବିନିମୟରେ ଗୁରୁତର ଥିବା ଦୁଇ ଏସଓଜି ଯବାନଙ୍କ ସହିଦ ହୋଇଛି । ସହିଦ ଦୁଇ ଯବାନ ହେଲେ ସୁଧୀର କୁମାର ଟୁଡୁ ଓ ଦେବାଶୀଷ ଟୁଡୁ ।

ଖବର ଅନୁଯାୟୀ, ବୁଧବାର ଦିନ ସର୍ଚ୍ଚ ଅପରେସନରେ ୫ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ ୫ ମାଓବାଦୀଙ୍କ ମଧ୍ୟରେ ୪ ମହିଳା ମାଓବାଦୀ ଥିବା ସୂଚନା ରହିଛି । ସର୍ଚ୍ଚ ଅପରେସନ ବେଳେ ୭ଗୋଟି ମାଓ କ୍ୟାମ୍ପ ଠାବ କରାଯାଇଛି । କିନ୍ତୁ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ମୁରଲୀ ଓ ବାଶଧାରା ଘୁମୁସର ନାଗାବଳୀ ଡିଭିଜନ କମାଣ୍ଡର ନିଖିଳ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ବର୍ତ୍ତମାନ ବି କଳାହାଣ୍ଡି ଓ କନ୍ଧମାଳ ଉଭୟ ପଟରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.