Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଅଢେଇ ବର୍ଷର ଶିଶୁ ସହ ଦୁଷ୍କର୍ମ, ୧୫ବର୍ଷର ନାବାଳକ ଗିରଫ

29/12/2019 at 11:26 AM

ନୁହ ୨୯।୧୨: ହରିୟାଣା ନୁହ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ୧୫ ବର୍ଷର ନାବାଳକ ଅଢେଇ ବର୍ଷର ଶିଶୁ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳକ ଜଣଙ୍କ ଶିଶୁର ପଡୋଶୀ ଥିଲା । ସେ ଶିଶୁଟିକୁ ସାଇକେଲରେ ବସାଇ ଏକ ଶୂନଶାନ୍ ସ୍ଥାନରେ ନେଇ ଏଭିଳି କରିଥିବା ପୋଲିସ କହିଛି ।

ସୂଚନା ଅନୁସାରେ ଗୁରୁବାର ଦିନ ୧୧ଟାରେ ଏଭଳି ଘଟଣା ଘଟିଛି । ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଶିଶଟିକୁ ସାଇକେଲରେ ବସାଇ ନେଇଯାଇଥିଲା । ପରିବାରଲୋକ ଶିଶୁଟିକୁ ନପାଇ ଖୋଜାଖୋଜି କରିଥିଲେ । ସେହି ସମୟରେ ଶିଶୁଟିକୁ ଅଭିଯୁକ୍ତ ନାବାଳକ ସାଇକେଲରେ ବସାଇ ଆଣୁଥିବାର ଲୋକେ ଦେଖିଥିଲେ । ଶିଶୁଟି କାନ୍ଦୁଥିଲା ଏବଂ ତା ଡ୍ରେସ୍ ରକ୍ତରେ ଭିଜିଯାଇଥିଲା । ନାବାଳକ ଜଣଙ୍କୁ ପରାଚିବାରୁ ସେ ସଠିକ୍ ଭାବେ କିଛି କହିପାରିନଥିଲେ । ଫଳରେ ପରିବାରଲୋକଙ୍କ ତାଙ୍କ ଉପରେ ସନ୍ଦେହ ହୋଇଥିଲା । ଶିଶୁଟିର ପରିବାରଲୋକ ଶିଶୁଟିକୁ ନେଇ ନାବାଳକର ଘରେ ପହଞ୍ଚିଯାଇଥିଲେ ।

ଶିଶୁଟିର ପରିବାରଲୋକ ଯେତେବେଳେ ନାବାଳକର ଘରେ ପହଞ୍ଚିଥିଲେ ସେତେବେଳେ ନାବାଳକର ପରିବାରଲୋକ ଦବଙ୍ଗଗିରି ଦେଖାଇଥିଲେ । ଘଟଣା ଉଗ୍ର ରୂପ ଧାରଣ କରିବାରୁ ପୋଲିସକୁ ଖବର ଦିଆଗଲା । ପୋଲିସ ପହଞ୍ଚି ଶିଶୁଟିକୁ ନୁଁହ ସିଏଚସିକୁ ନେଇଯାଇଥିଲା । ସେଠାରେ ଡାକ୍ତରୀ ମାଇନା ପରେ ଜଣାପଡିଥିଲା ଯେ, ଶିଶୁଟିକୁ ଦୁଷ୍କର୍ମ କରାଯାଇଛି । ରିପୋର୍ଟ ମିଳିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ଗିରଫ କରିଛି । ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବ ।

   Related Posts