Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ଭଉଣୀର ପ୍ରେମ ନେଲା ଭାଇର ଜୀବନ : ତଣ୍ଟିରେ ଚକୋଲେଟ ଫସିଯିବାରୁ ଅଢ଼େଇ ମାସ ଶିଶୁର ମୃତ୍ୟୁ

31/07/2020 at 6:00 PM

ନୋଏଡ଼ା ୩୧/୭: ଅଢ଼େଇ ମାସର ଭାଇକୁ କାନ୍ଦୁଥିବା ଦେଖି ତାକୁ ଗେହ୍ଲ କରୁଥିବା ନିରୀହ ଭଉଣୀ ଭାଇକୁ ଚୁପ୍ କରାଇବା ପାଇଁ ନିଜ ଚକୋଲେଟ ତାକୁ ଖୁଆଇ ଦେଇଥିଲା। ଏହି ଟଫି ଗଳାରେ ଫସି ଯିବାରୁ ଶିଶୁର ମୃତ୍ୟୁ ହୋଇ ଯାଇଛି।

ସେକ୍ଟର-୮୧ବାସିନ୍ଦା ସୁନୀଲ କୁମାର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ପାଖାପାଖି ଅଢ଼େଇ ମାସ ହେବ ତାଙ୍କ ପତ୍ନୀ ସୁଷମା ପୁଅ ସୌରଭକୁ ଜନ୍ମ ଦେଇଥିଲେ। ଗୁରୁବାର ଦ୍ବିପ୍ରହରରେ ସୁଷମା ଘରକାମ କରୁଥିବାବେଳେ ତାଙ୍କ ପୁଅ କାନ୍ଦିବା ଆରମ୍ଭ କରିଥିଲେ। ଭାଇ ପାଖରେ ଥିବା ୩ବର୍ଷର ଭଉଣୀ ତାକୁ ଗେହ୍ଲ କରି ଚୁପ୍ କରାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସେ ନିଜ ଚକୋଲେଟ ତାକୁ ଖୁଆଇଦେଇଥିଲା। ଫଳରେ ଶିଶୁଟିର ଶ୍ବାସପ୍ରକ୍ରିୟା ବନ୍ଦ ହୋଇଯାଇଥିଲା ଏବଂ ତା’ ଅବସ୍ଥା ବିଗିଡ଼ି ଯାଇଥିଲା। ପରିବାର ଲୋକେ ତାକୁ ତୁରନ୍ତ ନର୍ସିଂ ହୋମ୍ ନେଇ ଯାଇଥିଲେ। ଡାକ୍ତର ତାଙ୍କୁ ଜିଲ୍ଲା ହସ୍ପିଟାଲ୍ ନେଇ ଯିବାକୁ କହିଥିଲେ। ଏହା ପରେ ଶିଶୁଟିକୁ ଜିଲ୍ଲା ହସ୍ପିଟାଲ୍ ନିଆଯାଇଥିଲା ଯେଉଁଠାରେ ଏମରଜେନ୍ସି ମେଡିକାଲ୍ ଅଫିସର ଯାଞ୍ଚ ପରେ ଶିଶୁଟିକୁ ମୃତ ଘୋଷିତ କରି ଦେଇଥିଲେ।

ଶିଶୁଟିର ମୃତ୍ୟୁ ପରେ ପରିବାର ଲୋକେ ମୃତଦେହକୁ ଘରକୁ ନେଇ ଯିବା ପାଇଁ ହସ୍ପିଟାଲରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରିଥିଲେ। ସେମାନେ ହସ୍ପିଟାଲ୍ ଗେଟ୍ ନିକଟରେ ଶିଶୁର ମୃତଦେହ ଧରି ବସି ରହିଥିଲେ,କିନ୍ତୁ ଦୀର୍ଘ ସମୟ ପରେ ମଧ୍ୟ ତାଙ୍କୁ ଆମ୍ବୁଲାନ୍ସ ​‌ସେବା ମିଳିନଥିଲା। ଏହା ପରେ ବାପା ଅଟୋରେ ପୁଅର ମୃତଦେହକୁ ଘରକୁ ନେଇ ଫେରିଥିଲେ।

   Related Posts