ଏକ ବାଇକ୍‌ ରାଲି ପାଇଁ ଅଢ଼େଇ ଲକ୍ଷ ଲୋକ କରୋନା ସଂକ୍ରମିତ !

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯: ସାରା ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି । ଆମେରିକା ଭଳି ବିକଶିତ ଦେଶରେ ବେକାବୁ କରୋନା । କରୋନା ଭ୍ୟାକ୍‌ସିନ୍ ଉପଲବ୍ଧ ହୋଇନଥିବା ବେଳେ ସବୁ ଦେଶ ଏବେ କରୋନା ସହ ଏକପ୍ରକାର ସାଲିସ୍‌ କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର କାରଣ ଦେଶବାସୀ । କାରଣ ଲୋକମାନେ ସରକାରୀ ନିୟମକୁ ଫୁ କରି ବିଭିନ୍ନ ପ୍ରକାର ରାଲି,ଉତ୍ସବ ଆଦି ଆୟୋଜନ କରୁଥିବାରୁ କରେନା ଭୂତାଣୁ ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପୁଛି ।

 ସେହିଭଳି ଆମେରିକାରେ ଦ୍ରୁତ ସଂକ୍ରମଣ ପାଇଁ ଏକ ବାଇକ୍ ରାଲିକୁ ଦାୟୀ କରିଛନ୍ତି ଗବେଷକ । ଆମେରିକାର ସାଉଥ୍‌ ଡାକୋଟାରେ ଏକ ବାଇକ୍‌ ରାଲି ହୋଇଥିଲା । ଏଥିପାଇଁ ୨ ଲକ୍ଷ ୬୦ ହଜାର ଲୋକ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ଏନେଇ ସେନ୍‌ ଡାୟାଗୋ ଷ୍ଟେଟ୍‌ ୟୁନିଭର୍ସିଟିର ଗବେଷକ ଗବେଷଣା ଆରମ୍ଭ କରିଥିଲେ । ରାଲି ପାଇଁ ବଢ଼ିଥିବା ସଂକ୍ରମିତଙ୍କ ସଂଖ୍ୟା ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନ ଏହାକୁ ପ୍ରତ୍ୟାଖାନ କରିଥିବା ସୂଚନା ମିଳିଛି ।

ଆମେରିକାର ସାଉଥ୍‌ ଡାକୋଟାର ଗଭର୍ଣ୍ଣର ଏହି ଗବେଷଣାକୁ ‘କଳ୍ପନା’ର ନାଁ ଦେଇଛନ୍ତି । ଏହି ତଥ୍ୟକୁ ଯେଉଁ ସାମ୍ବାଦିକମାନେ ​‌ଖବରକାଗଜରେ ସ୍ଥାନ ଦେଇଥିଲେ ସେମାନଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଗବେଷଣାର ଲକ୍ଷ୍ୟ ଥିଲା ଯେ ‘ସୁପର ସ୍ପ୍ରେଡର ’ ଇଭେଣ୍ଟ କେତେ ଅଧିକ ଲୋକଙ୍କୁ ସଂକ୍ରମିତ କରିବ ସେନେଇ ବିଶ୍ଳେଷଣ କରିବା।

ଏହାପୂର୍ବରୁ ଗବେଷକମାନେ ଅନ୍ୟ ରାଲି ଓ ପ୍ରଦର୍ଶନକୁ ଯାଞ୍ଚ କରିଥିଲେ। ଏପରିକି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ରାଜନୈତିକ ରାଲିକୁ ନେଇ ଏକ ଅଧ୍ୟୟନ କରିଥିଲେ ଗବେଷକ । ଷ୍ଟଡି ସମୟରେ ଗବେଷକମାନେ ମୋବାଇଲ୍‌ ଡଟାକୁ ବି ସାମିଲ କରିଥିଲେ । ୭ରୁ ୧୬ ଅଗଷ୍ଟ ମଧ୍ୟରେ ହୋଇଥିବା ଏହି ରାଲିରେ ୪ ଲକ୍ଷରୁ ଅଧିକ ଲୋକ ଯୋଗଦେଇଥିଲେ ।

 ଗବେଷଣାର ମୁଖ୍ୟ ଦାୟିତ୍ବରେ ଥିବା ସାମିଲ୍‌ ଫ୍ରିଡ୍‌ସନ୍‌ଙ୍କ ମତରେ ଏହି ବିଶାଳ ରାଲି ପାଇଁ ସ୍ଥାନୀୟ ସରକାର ଲାଭବାନ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଟଙ୍କା ଖର୍ଚ୍ଚ ହୋଇଛି । ଏହାସହ ଏତେ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଆଦୌ ସହଜ ହେବନାହିଁ ତେଣୁ ଗବେଷଣାରୁ ଯାହା ତଥ୍ୟ ଆସଛି ତାହା ସତ୍ୟ ବୋଲି ଦାବି କରିଛନ୍ତି ସାମିଲ୍‌ ଫ୍ରିଡ୍‌ସନ୍‌।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.