ଗୋଦରାପଲ୍ଲୀ ହତ୍ୟା ଘଟଣାରେ ଧରାପଡିଲେ ୨ ଅଭିଯୁକ୍ତ, ଅଟୋ ଜବତ

Published By : Prameya-News7 Bureau | October 08, 2021 IST

ସାନଖେମୁଣ୍ଡି ୦୮/୧୦: ହିଞ୍ଜିଳି ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମର ପି.ଧର୍ମାରାଓ ହତ୍ୟା ଘଟଣାରେ ହିଞ୍ଜିଳି ପୋଲିସ୍ ୨ଜଣକୁ ଗିରଫ କରି ଅଟୋ ଜବତ କରିଛି । ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ଗୋଦରାପଲ୍ଲୀ କେନାଲ ନିକଟରେ ମୃତଦେହ ପଡ଼ିଥିବା ନେଇ ହିଞ୍ଜିଳି ପୋଲିସକୁ ସ୍ଥାନୀୟ ଲୋକ ସୂଚନା ଦେଇଥିଲେ । ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଅଗ୍ନିଶମ ବିଭାଗ ସହାୟତାରେ କେନାଲ ଶବ ଜବତ କରିଥିଲା ପୋଲିସ ।

wp:gallery {"ids":[523998],"linkTo":"none"} /wp:gallery

ହିଞ୍ଜିଳି ଥାନାରେ ପି ଧର୍ମାରାଓଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ହିଞ୍ଜିଳି ପୋଲିସ୍ ୫୨୭/୨୧ ମାମଲା ରୁଜୁ କରି ତଦନ୍ତ କରିଥିଲା ଏହି ଘଟଣାରେ ହିଞ୍ଜିଳି ପୋଲିସ ୨ଜଣକୁ ଗିରଫ କରିଥିଲା । ଗିରଫ ମାନେ ହେଲେ ଗୋଦରାପଲ୍ଲୀ ଗ୍ରାମ ରେ ଜାଗିଲି ସେଠୀ ଓରଫ୍ ଜଗଦିସ୍, ଦର୍ଶନ ସେଠୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ହିଞ୍ଜିଳି ପୋଲିସ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.