୨ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୫ବର୍ଷ ଲେଖାଏଁ ଜେଲ୍, ୧୦ହଜାର ଟଙ୍କା ଜରିମାନା

Published By : Prameya-News7 Bureau | October 04, 2021 IST

ସୁନ୍ଦରଗଡ ୪।୧୦: ଦୁଇ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲ୍ ଦଣ୍ଡ । ୨୦୧୪ ମସିହାରେ ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି ସୁନ୍ଦରଗଡ ସ୍ଵତନ୍ତ୍ର ପୋକ୍ସ କୋର୍ଟ । ଦୁଇ ଅଭିଯୁକ୍ତ ଟୁନୁ ଓରଫ ହରେ କିଷାନ ଏବଂ ପ୍ରହ୍ଲାଦ କିଷାନଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି କୋର୍ଟ । ଏହାସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ପୀଡିତାଙ୍କୁ ୭ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.