Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା : ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ

28/01/2021 at 10:32 AM

ଯାଜପୁର ୨୮।୧: ଜାତୀୟ ରାଜପଥ କଡରୁ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି । ଖୁବଶୀଘ୍ର ପୋଲିସ ସେମାନଙ୍କୁ ଧରିବ ବୋଲି ଯାଜପୁର ଏସପି ରାହୁଲ ପି ଆର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଯାଜପୁର-କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିବା ବେଳେ ଏକ ସିସିଟିଭି ଭିଜୁଆଲ୍‌ ହିଁ ରହସ୍ୟର କେନ୍ଦ୍ରରେ ରହିଛି । ଯେଉଁଥିରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଛନ୍ତି ।

ଛାତ୍ରୀଙ୍କ ଘର ମୟୂରଭଞ୍ଜ । ପଢୁଥିଲେ ଭୁବନେଶ୍ବରରେ ଯାଜପୁରରୁ ମିଳିଲା ମୃତଦେହ । ଯାଜପୁର କୁଆଖିଆ ଥାନା ରାଜେନ୍ଦ୍ରପୁରରେ ସକାଳେ ଅଜଣା ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ କିଏ ଏହି ଯୁବତୀ ତାଙ୍କ ପରିଚୟ ପ୍ରଥମେ ମିଳିପାରିନଥିଲା । ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ପହଞ୍ଚି  ପାଖରେ ପଡିଥିବା ଯୁବତୀଙ୍କ ଭ୍ୟାନିଟି ବ୍ୟାଗ୍‌ ଖୋଜିବା ପରେ ତାଙ୍କ ମୋବାଇଲ୍‌ ମିଳିଥିଲା । ଆଉ ସେଥିରୁ ହିଁ ପୋଲିସ ପାଇଥିଲା ତାଙ୍କ ପରିଚୟ । ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥାନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝରାଫୁଲ୍ ନାୟକ । ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର +୩ ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଥିଲା ।

ତେବେ ଝରାଫୁଲଙ୍କୁ କିଏ କାହିଁକି ଆଣି ଏଠାରେ ଫିଙ୍ଗିଲା ? ଏକ ସିସିଟିଭି ଫୁଟେଜକୁ ନେଇ ରହସ୍ୟ ଘନଉଛି । ଜଣେ ଯୁବତୀଙ୍କୁ ସନ୍ଦେହଜନକ ଅବସ୍ଥାରେ ୨ ଜଣ ଯୁବକ ଏକ ସ୍କୁଟିର ମଝିରେ ବସାଇ ରାଜେନ୍ଦ୍ରପୁର ପମୂଳାପାଳ- ଦିଆଲଖଣ୍ଡି ରାସ୍ତା ଦେଇ ସକାଳୁ ଯାଉଥିବା ଜଣେ ଲୋକ ଦେଖିଥିଲେ । ତାଙ୍କୁ ସେହି ବ୍ୟକ୍ତି ପିଛା ବି କରିଥିଲେ । ହେଲେ ଯୁବକମାନେ ଯୁବତୀଙ୍କ ମୃତଦେହ ରାସ୍ତାକଡ ବିଲରେ ଫିଙ୍ଗି ଚାଲିଯାଇଥିଲେ ।

   Related Posts