ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ମାମଲା : ୩ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ, ଜଣେ ଫେରାର

Published By : Prameya-News7 Bureau | September 29, 2019 IST

ଉଦଳା ୨୯।୯: ଜଣେ ନାବାଳିକାକୁ ଆନ୍ଧ୍ରପ୍ରଦେଶ ନେଇ ସେଠାରେ ଗଣଦୁଷ୍କର୍ମ କରିବା ମାମଲାରେ ୩ ବର୍ଷ ପରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଉଦଳା ପୋଲିସ । ଏବେ ବି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । 

{"id":164265}

ସୂଚନାଯୋଗ୍ୟ ଯେ, ବିବାହ ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କୁ ବିଜୟଓ୍ବାଡାରେ ନେଇ ଗଣଦୁଷ୍କର୍ମ କରିବା ଘଟଣାର ୩ ବର୍ଷ ପରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଉଦଳା ପୋଲିସ । ଏବେ ବି ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ଗିରଫ ଦୁଇଜଣ ଅଭିଯୁକ୍ତକୁ ପୋଲିସ ନୀଳଗିରି ଥାନା ନରସିଂହପୁର ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ରିତ ସିଂ ଏବଂ ଇଶ୍ବର ଜେନା । ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଥ।ତ୍ ନାବାଳିକାଙ୍କ ପ୍ରେମିକ ଚିତରନ ସିଂ ଏବେ ବି ଫେରାର ରହିଛି ।

{"id":164266}

ଗତ ୨୦୧୬ ମସିହାରେ ଉଦଳା ଥାନା ଅଂଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାର ପ୍ରେମିକ ଚିତରନ ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟଓ୍ବାଡାକୁ ନେଇଯାଇଥିଲା । ସେଠାରେ ନିଜର ଅନ୍ୟ ଦୁଇ ସହଯୋଗୀଙ୍କ ସହ ମିଶି ନାବାଳିକାଙ୍କୁ ଏକ ଘରେ ରଖି ଲଗାତାର ୧୨ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । ପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ଆଣି ଉଦଳାରେ ଛାଡି ଦେଇ ଫେରାର ହୋଇଯାଇଥିଲେ । ଏ ନେଇ ଗତ ୨୦୧୬ ମସିହା ଜୁଲାଇ ୧୨ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତିନି ବର୍ଷ ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.