Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ସୁନ୍ଦରପଦା ଅମରେଶ ନାୟକଙ୍କ ହତ୍ୟାକାଣ୍ଡ ଘଟଣା : ଦୁଇ ଅଭିଯୁକ୍ତ ଗିରଫ

1/11/2019 at 12:38 PM

ଭୁବନେଶ୍ବର ୧।୧୧: ଭୁବନେଶ୍ବର ସୁନ୍ଦରପଦା ଅମରେଶ ନାୟକଙ୍କ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି । ଦୀପାବଳି ରାତିରେ ଅମରେଶଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦୀପାବଳି ରାତିରେ ସୁନ୍ଦରପଦା ଏକାମ୍ର କଲେଜ ସାମ୍ନାରେ ଅମରେଶ ନାୟକ ଓ ତାଙ୍କ ସହଯୋଗୀମାନେ ବାଣ ଫୁଟାଉଥିଲେ । ସେହି ସମୟରେ ସେଠାରେ ବସିଥିବା ଜଣେ ଯୁବକ ଏହାକୁ ବିରୋଧ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ତେବେ ଗଣ୍ଡଗୋଳ ଆପୋଷ ବୁଝାମଣା ମଧ୍ୟରେ ସମାଧାନ ହୋଇଥିଲା ।

ଅମରେଶ ଓ ତାଙ୍କ ସହଯୋଗୀମାନେ ସେହି ସ୍ଥାନରେ ଭୋଜିର ଆୟୋଜନ କରିଥିଲେ । ଭୋଜି ଚାଲିଥିବାବେଳେ ଅଚାନକ ସଂଘବଦ୍ଧଭାବେ କିଛି ଯୁବକ ଆସି ଅମରେଶଙ୍କୁ ପିଟିପିଟି ମାରିଦେଇଥିଲେ । ଅମରେଶଙ୍କ ସହଯୋଗୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଘଟଣାର ବହୁ ପ୍ରତ୍ୟକ୍ଷଦର୍ଶୀ ରହିଥିଲେ । ପୋଲିସ ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲା । ମୃତ ଅମରେଶଙ୍କର ମଧ୍ୟ ପୂର୍ବ ଅପରାଧିକ ରେକର୍ଡ ରହିଥିବା ଜଣାପଡିଥିଲା ।

   Related Posts