Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଜେଡି ନେତା ଚିତ୍ତରଞ୍ଜନ ମହାନ୍ତି ହତ୍ୟାକାଣ୍ଡ ଘଟଣା, ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

24/09/2021 at 7:59 PM

ସାଲେପୁର ୨୪/୦୯ : ଦୀର୍ଘ ୯ ବର୍ଷ ପରେ ମିଳିଲା ନ୍ୟାୟ । ୨୦୧୨ ମସିହାର ବହୁ ଚର୍ଚ୍ଚିତ କଟକ ଜିଲ୍ଲା ସାଲେପୁର ବିଜେଡି ଯୁବନେତା ଚିତ୍ତରଞ୍ଜନ ମହାନ୍ତି ହତ୍ୟାକାଣ୍ଡ ଘଟଣାରେ ମାନ୍ୟବର ଏଡିଜେ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୨ ମସିହାରେ ଏହି ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ରିପୋର୍ଟ ଓ ଫୋରେନସିକ୍‌ ଏଭିଡ଼େନ୍ସ କୁ ଭିତ୍ତିକରି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ସେହି ରୋଧପୁର ଗ୍ରାମର ଦୁଷ୍ମନ୍ତ ଦାସ ଓ ସଞ୍ଜୟ ଭୋଇକୁ ମାନ୍ୟବର ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ସହ ୭୦୦୦ଟଙ୍କା ଜରିମାନା ଶୁଣାଇଛନ୍ତି ।  

ସୂଚନାଯୋଗ୍ୟ, ବିଜେଡି ନେତା ଚିତ୍ତରଞ୍ଜନ ମହାନ୍ତିଙ୍କୁ ତାଙ୍କ ଘର ସମ୍ମୁଖରେ ଏକାଧିକ ବୋମାମାଡ଼ କରି ହତ୍ୟା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଭାର ନେଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ଦୁଷ୍ମନ୍ତ ଓ ସଞ୍ଜୟର ସଂପୃକ୍ତି ଥିବା ଜାଣିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି ଦୁଇ ଅଭିଯୁକ୍ତ ଜାମିନରେ ଆସିଥିଲେ । ତେବେ ସେହି ସମ୍ବେଦନଶୀଳ ଘଟଣାରେ କୋର୍ଟ ମାମଲାର ବିଚାର କରି ତାଙ୍କ ରାୟ ଶୁଣାଇବା ପରେ ସବୁଦିନ ପାଇଁ ସଂପୃକ୍ତ ଦୁଇ ଅଭିଯୁକ୍ତ ଜେଲ ହାଜତକୁ ଚାଲିଯାଇଛନ୍ତି । ଅନ୍ୟପଟେ ମାନ୍ୟବର କୋର୍ଟ ୯ ବର୍ଷ ପରେ ରାୟ ପ୍ରକାଶ କରି ଚିତ୍ତ ରଞ୍ଜନ ପରିବାରକୁ ନ୍ୟାୟ ମିଳିଥିବା କ୍ରାଇମବ୍ରାଞ୍ଚ ଓକିଲ କହିଛନ୍ତି । ଅନ୍ୟପଟେ ଚିତ୍ତରଞ୍ଜନର ବାପା କାନ୍ଦି କାନ୍ଦି ମାନ୍ୟବର କୋର୍ଟ କୁ କୃତଜ୍ଞନ୍ତା ଜଣାଇଛନ୍ତି ।

   Related Posts