ଗୁଣି ସନ୍ଦେହରେ ମହିଳାଙ୍କ ଗଳକାଟି ହତ୍ୟା ଘଟଣା : ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | January 01, 2021 IST

ଉଦଳା ୧।୧: ଗୁଣିଗାରେଡି ସନ୍ଦେହରେ ଅତି ବୀଭତ୍ସ ଭାବେ ଗ୍ରାମ ରାସ୍ତାରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯିବା ଘଟଣାର ପର୍ଦ୍ଦ।ଫାଶ ହୋଇଛି । ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । 

ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ଶରତ ଥାନା ଶାରୀଶୁଆ ଗ୍ରାମରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଗ୍ରାମର କାଳିଆ ମହାନ୍ତ ଦୀର୍ଘ ବର୍ଷ ଧରି ବିବାହ କରିଥିଲେ ସୁଦ୍ଧା ତାଙ୍କର ସନ୍ତାନ ହେଉ ନଥିବାରୁ ସେ ଗ୍ରାମର ମହିଳା ଖଇରୀ ମହାନ୍ତଙ୍କ ଉପରେ ସନ୍ଦେହ କରିଥିଲେ । ଖଇରୀ ଗୁଣିଗାରେଡି କରିବା ଫଳରେ ତାଙ୍କର ସନ୍ତାନ ପ୍ରାପ୍ତି ହେଉ ନ ଥଥିବା ସେ ସନ୍ଦେହ କରି ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ଖଇରୀ ପାଣି ଆଣିବା ପାଇଁ ଗ୍ରାମର ନଳକୂପ ନିକଟକୁ ଯାଉଥିବା ବେଳେ ତାଙ୍କୁ ବୀଭତ୍ସ ଭାବେ ଗଳାକାଟି ହତ୍ୟା କରିଥିଲେ । କାଳିଆ ମହାନ୍ତ ଏବଂ ତାଙ୍କ ଭାଇ ବଳିଆ ମହାନ୍ତ ଏକ କଟୁରୀରେ ଖଇରୀଙ୍କ ଗଳାକାଟି ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲେ । ଶେଷରେ ଗତକାଲି ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ କରିବାପରେ ଶୁକ୍ରବାର ଭୋର ସମୟରେ ଦୁଇ ଅଭିଯୁକ୍ତଙ୍କୁ ଶାରୀଶୁଆ ଜଙ୍ଗଲରୁ ଗିରଫ କରିଛି ଶରତ ପୋଲିସ । ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ମଧ୍ୟ ପୋଲିସ ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.