୨ ଦୁଷ୍କର୍ମକାରୀ ଗିରଫ, ନାବାଳିକାଙ୍କ ହାତଗୋଡ ବାନ୍ଧି କରିଥିଲେ ଗଣଦୁଷ୍କର୍ମ

Published By : Prameya-News7 Bureau | January 20, 2021 IST

ସାଲେପୁର ୨୦।୧: କଟକ ସାଲେପୁର ଥାନା ଅଞ୍ଚଳରେ ୧୩ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ କଲା ସାଲେପୁର ପୋଲିସ । ଦୁଇ ଅଭିଯୁକ୍ତ ହେଲେ ପୂର୍ବ ବଣହାର ଗାଁର ମନୋଜ କାଣ୍ଡି ଓ ନେଉଳ ବେହେରା ।

ସୂଚନାଯୋଗ୍ୟ ଯେ, ବଣହରା ଅଞ୍ଚଳର ୧୩ ବର୍ଷର ନାବାଳିକାଙ୍କୁ ଦୁଇ ଜଣ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୀଡିତା ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ପାଟିରେ କପଡା ଦେଇ ହାତଗୋଡ ବାନ୍ଧି ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ । ପୀଡିତାର ମା’ ସାଲେପୁର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ ।

ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ପୋଲିସ । ଦୁଇ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କଲା ପରେ ସାଲେପୁର କୋର୍ଟ ହାଜର କରିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.