Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପେଟ୍ରୋଲ ପମ୍ପ୍ ଡକାୟତି ଘଟଣା : ୨ ଡକାୟତ ଗିରଫ, ୨ଟି ପିସ୍ତଲ ସହ ୨୮ଟି ଜୀବନ୍ତ ଗୁଳି ଜବତ

13/10/2021 at 6:07 PM

ଢେଙ୍କାନାଳ ୧୩।୧୦: ଢେଙ୍କାନାଳ ସଦରଥାନା ଓସ୍ତପାଳ ମାତୃକୃପା ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ପୋଲିସ ପୁଣି ଦୁଇ ଜଣ ଡକାୟତଙ୍କୁ ଗିରଫ କରିଛି ।  ପୂର୍ବରୁ ଜଣଙ୍କୁ ପୋଲିସ ଗିରଫ କରିଥିଲା ବୋଲି ଜଣାପଡିଛି । ଗତ ଅଗଷ୍ଟ ୧୯ ତାରିଖରେ ଉକ୍ତ ପେଟ୍ରୋଲ ପମ୍ପରୁ ୪୯ ହଜାର ୬ ଶହ ୪୬ ଟଙ୍କା ଲୁଟ ହୋଇଥିଲା । ସୁଜୁକି ମୋଟର ସାଇକେଲରେ ଆସି ପେଟ୍ରୋଲ ପମ୍ପ ସେଲ୍ସମ୍ୟାନଙ୍କଠାରୁ ତିନି ଡକାୟତ ଟଙ୍କା ଲୁଟ୍ କରିଥିଲେ। ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିଲା। ସମସ୍ତ ଅପରାଧୀ ଜଗତସିଂହପୁର ହାତୀ କାଳିଆ ଗ୍ୟାଙ୍ଗର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ୫ଟି ପିସ୍ତଲ ମାଗାଜିନ ଏବଂ ୨୮ଟି ଅଫୁଟା ଗୁଳି, ଦୁଇଟି ଭୁଜାଲି  ୧୨ଟି ମୋବାଇଲ ସହିତ ଚାର୍ଜର ଓ କିଛି ସିମ୍ କାର୍ଡ ମଧ୍ୟ ଜବତ କରିଛି ପୋଲିସ ।

ଆଠଗଡ ବ୍ୟାଙ୍କ ଟଙ୍କା ଗାଡି ଡକାୟତି ଏବଂ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ଡକାୟତି ଘଟଣା ସହିତ ଏମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରିଛି ପୋଲିସ । ଫଳରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଦୁଇ ଅପରାଧୀଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ଆଣିବାକୁ  ଆବେଦନ କରିବ ଢେଙ୍କାନାଳ ପୋଲିସ। ରିମାଣ୍ଡ ଅବଧିରେ ଅଧିକ ଜେରା କରିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି।

   Related Posts