ଭଉଣୀର ଓଢଣୀ ଧରାଇଦେଲା ଅଭିଯୁକ୍ତ ଦୁଇ ଭାଇକୁ : ବଡବାପାଙ୍କୁ ଝାଡଖଣ୍ଡରେ ମାରି ଫିଙ୍ଗିଦେଇଥିଲେ ଓଡିଶା ସୀମାରେ
22/01/2021 at 11:55 AM

କରଞ୍ଜିଆ ୨୨।୧: ପରିତ୍ୟକ୍ତ କୂଅ ଭିତରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ଯଶୀପୁର ପୋଲିସ । ଗତ ୧୫ ତାରିଖ ଦିନ ଯଶୀପୁର ରରୁଆଁ ରୋଡ଼ ଚୁଟିଆ ପୋଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ଦୁଇ ଭାଇଙ୍କୁ ଧରାଇଦେଲା ଭଉଣୀର ଓଢଣୀ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଭାଇ ମିଶି ନିଜ ବଡବାପାକୁ ଏକ ଓଢଣୀ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲେ । ଝାଡଖଣ୍ଡ ରାଜ୍ୟରୁ ମୃତଦେହକୁ ଆଣି ଓଡ଼ିଶା ସୀମାନ୍ତରେ ଏକ ପରିତ୍ୟକ୍ତ କୂଅ ଭିତରକୁ ଫିଙ୍ଗି ଦେଇଥିଲେ ।

ମୃତକ ବଡବାପା ଝାଡଖଣ୍ଡ ମଝିଗାଁ ଥାନା ପାଣ୍ଡୁବୁରୁ ଗାଁ ହାଉଘୁଟୁ ସାହିର ଜୟପାଲ ହେମ୍ବ୍ରମ । ଅଭିଯୁକ୍ତ ଦୁଇ ପୁତୁରା ହେଲେ ସେହି ଗାଁର ଭୋଳନାଥ ହେମ୍ବ୍ରମ ଓ ଶରତ ହେମ୍ବ୍ରମ । ଯଶୀପୁର ପୋଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।