Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଧାମନଗରରେ ରହସ୍ୟଜନକ ଭାବେ ନାବାଳିକା ମୃତ୍ୟୁ ଘଟଣା : ୨ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

11/11/2019 at 11:44 AM

ଯାଜପୁର ୧୧।୧୧ : ଯାଜପୁର  ମଙ୍ଗଳପୁର ଥାନା ମଲିକାପୁର ପଞ୍ଚାୟତ ଅହିଆସ ଗାଁ ସେକ ସରାପତ୍ ଅଲ୍ଲୀ ଙ୍କ ଝିଅ ତବସୁନ ଖାତୁନ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ ଆଜି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳପୁର ଥାନା ମଲିକାପୁର ପଞ୍ଚାୟତ ଅହିଆସ ଗାଁ ସେକ ସରାପତ୍ ଅଲ୍ଲୀ ଙ୍କ ଝିଅ ତବସୁନ ଖାତୁନ ମୃତୁ ଘଟଣା । ଆଜି ପୋଲିସ  ଦୁଇ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।  ଅଭିଯୁକ୍ତ ଦୁଇ ଜଣ ହେଲେ  ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ସେକମିନୁ କାଦିରି ଓ ସେକ ଅନୁସାଫ ଅଲ୍ଲୀ ବୋଲି ଜଣାପଡିଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରେ ଥିବା ସୂଚନା ମିଳିଛି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅର୍ଜୁନପୁର ନିକଟ କୋଚିଳା ନଦୀ ପଠାରୁ ମୁର୍ମୁଷ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି  ଦୁଇଜଣ ଯୁବକ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଆଣିଥିବା ଦୁଇଜଣ  ଯୁବକ ନାବାଳିକାଙ୍କ   ଦୁର୍ଘଟଣା ହୋଇ  ନଇ ପଠାରେ ପଡିଥିବା କହିଥିଲେ ।କିନ୍ତୁ  ପରେ ଯୁବକ ଦୁଇ ଜଣ ମେଡିକାଲରୁ ଫେରାର ହୋଇଯାଇଥିଲେ । ନାବାଳିକାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ।ସେଠାରେ  ଡାକ୍ତର ନାବାଳିକାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । କଟକ  ବଡ ମେଡିକାଲରେ ନାବାଳିକା ଙ୍କର ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ହୋଇଥଲା  । ନାବାଳିକାଙ୍କୁ ଅପହରଣ କରି  ଗାଡିରେ ନେଉଥିବା ବେଳେ ଗାଡିକୁ ଗଛରେ ଧକ୍କା କରି ନାବାଳିକାଙ୍କୁ  ହତ୍ୟା ଉଦ୍ୟମ  କରାଯାଇଥିବା ପରିବାରଲୋକେ ଅଭିଯୋଗ ଆଣିଥିଲେ  ।

   Related Posts