ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା : ଦୁଇ ଦିନ ପରେ ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | July 07, 2021 IST

କରଞ୍ଜିଆ ୭।୭: ଧରାପଡିଲେ ହତ୍ୟାକାରୀ । ଗତ ୪ ତାରିଖ ରବିବାର ଦିନ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁ ହାଟ ରାସ୍ତାରେ ବୀଭତ୍ସ ଭାବେ ଜଣେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପୋଲିସ ପ୍ରଥମେ ହତ୍ୟାକାରୀଙ୍କ ଟେର ପାଇନଥିବା ବେଳେ କଟାମୁଣ୍ଡକୁ ପାଇବାକୁ ୨ ଦିନ ବିତିଯାଇଥିଲା ।

{"id":476866,"width":747,"height":411,"sizeSlug":"large","linkDestination":"none"}

ବୁଧବାର ୨ ହତ୍ୟାକାରୀଙ୍କୁ ଗିରଫ ପରେ ଘଟଣାର ପର୍ଦ୍ଦାଫାଶ କରିଛି କରଞ୍ଜିଆ ପୋଲିସ । ଡାହାଣୀ ସନ୍ଦେହରେ ହତ୍ୟା ହୋଇଥିବା ନେଇ ସୂଚନା ଦେଇଛନ୍ତି କରଞ୍ଜିଆ ଏସଡିପିଓ। ବୁଧବାର ଗିରଫ ୨ ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି କରଞ୍ଜିଆ ଥାନା ଜାମୁନାଳିଆ ଗାଁର ମୁନା ଲୋହାର ଓ ନାଥ ଲୋହାର, ବୃଦ୍ଧା ଜଣଙ୍କ ନିଶାସକ୍ତ ଅବସ୍ଥାରେ ହାଟ ନିକଟରେ ପଡିଥିବା ବେଳେ ଟାଙ୍ଗିଆରେ ହତ୍ୟା କରିଥିଲେ ବୋଲି ଅଭିଯୁକ୍ତ ପ୍ରକାଶ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.