ନୟାପଲ୍ଲୀରେ ବୃଦ୍ଧାଙ୍କୁ ହତ୍ୟା ଓ ଲୁଟ୍ ଘଟଣା : ଦୁଇ ଅଭିଯୁକ୍ତ ଗିରଫ
9/01/2021 at 9:37 AM

ଭୁବନେଶ୍ବର ୯।୧: ଭୁବନେଶ୍ବର ନୟାପଲ୍ଲୀରେ ବୃଦ୍ଧାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ହତ୍ୟାକାରୀକୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସାଗର ପ୍ରଧାନ ଓ ନାରାୟଣ ମହାନ୍ତିକୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ ଓ ନୟାପଲ୍ଲୀ ଥାନା ପୋଲିସ । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୨୬ ତାରିଖରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ପଷ୍ଟ ଦିବାଲୋକରେ ଘର ଭିତରୁ ଲୁଟି ନେଇଥିଲେ ସୁନାଗହଣା । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୧ ତାରିଖରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା ।
Related Posts
ଗିରଫ ହେଲେ ୨ ଲୁଟେରା, ଏକା ଦେଖି ଲୁଟୁଥିଲେ ଟଙ୍କା ଓ ମୋବାଇଲ୍
19 January 2021
ଛତିଶଗଡର ଡ୍ୟାମ୍କୁ ବିରୋଧ, ମାଥିଲି ସୀମାରେ ମେଳି କଲେ ଆଦିବାସୀ
19 January 2021