ଦୁଷ୍କର୍ମ କରି ବନ୍ଧାହେଲେ ୨ ଅଭିଯୁକ୍ତ, ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ନାବାଳକ
14/01/2021 at 4:02 PM

ବାରିପଦା ୧୪।୧: ଦୁଷ୍କର୍ମ କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ । ମକର ସଂକ୍ରାନ୍ତିରେ ବୁଡ ପକାଇବାକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ଦୁଷ୍କର୍ମର ଶୀକାର ହୋଇଥିଲେ । ବାରିପଦା କାଳିକାପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳରେ ଭୋରରେ ମକର ପର୍ବ ପାଳନ ସମୟରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୀଡିତାଙ୍କୁ ତାଙ୍କର ଦୁଇ ଜଣ ପଡୋଶୀ ବଳପୂର୍ବକ ନଦୀ କୂଳରେ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ସେଠାରୁ ପୀଡିତା ଜଣଙ୍କ କୌଶଳକ୍ରମେ ଖସି ଆସିଥିଲେ । ଘରକୁ ଫେରି ନିଜ ବଡ ଭଉଣୀଙ୍କୁ ପୁରା ଘଟଣା ବିଷୟରେ ଜଣାଇଲେ ।
ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି । ଦୁଷ୍କର୍ମକାରୀ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।