ଅବକାରୀ ବିଭାଗର ଚଢାଉ : ବିପୁଳ ପରିମାଣର ବେଆଇନ ମଦ ଜବତ, ୨ ଗିରଫ

Published By : Prameya-News7 Bureau | December 12, 2020 IST

ଅନୁଗୋଳ ୧୨।୧୨: ତାଳଚେର ଆଉ କଣିହାଁ ଅଞ୍ଚଳରେ ଅବକାରୀ ବିଭାଗର ଘନ ଘନ ଚଢ଼ାଉ । ବିପୁଳ ପରିମାଣର ବେଆଇନ ମଦ ଜବତ । ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅବକାରୀ ବିଭାଗ ।

ଅନୁଗୋଳ ଜିଲ୍ଲାରେ ମଦ ମୁତ୍ୟୁ ଘଟଣା ପରେ ସଚେତନ ହୋଇଛି ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ ମଧ୍ୟ କରୁଛି । ଗତ ୨ ଦିନରେ କଣିହାଁ ଏବଂ ତାଳଚେର ଅଞ୍ଚଳରୁ ବ୍ୟାପକ ମଦ ଜବତ କରିଛି । ତାଳଚେର କନ୍ଧବେରିଣୀରୁ ୭୦୦୦ ଲିଟର ପୋଚ ନଷ୍ଟ କରିଥିବା ବେଳେ ୧୮୦ ଲିଟର ଦେଶୀ ମଦ ଜବତ କରିଛି ।

ସେହିପରି କଣିହାଁ ଡେରେଙ୍ଗରୁ ଗୋଟେ ପେଟି ଅର୍ଥାତ ୭.୮ ଲିଟର ବିଅର ଏବଂ ୬.୮ ଲିଟର ବିଦେଶୀ ମଦ ଜବତ ହୋଇଛି । ଏହି ଘଟଣାରେ ଡେରେଙ୍ଗରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଆଗକୁ ଏପରି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.