ଭତ୍ତା ଟଙ୍କା ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | December 11, 2019 IST

ରାଉରକେଲା ୧୧।୧୨:  ଭତ୍ତା ଟଙ୍କା ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୨ ଗୁଳି, ନଗଦ ୪ ଲକ୍ଷ ଟଙ୍କା ଓ ୨ଟି ବାଇକ୍ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୫ ତାରିଖରେ ବୋଲେରୋ ଉପରକୁ ଗୁଳି କରି ଲୁଟି ନେଇଥିଲେ ଭତ୍ତା ଟଙ୍କା । କୁଆରମୁଣ୍ଡା ବ୍ଲକରେ ଭତ୍ତା ଟଙ୍କା ବଣ୍ଟନ ଲାଗି ଯାଉଥିବା ବେଳେ ହୋଇଥିଲା ଡକାୟତି । ଡକାୟତଙ୍କ ଆକ୍ରମଣରେ ସୁରକ୍ଷା କର୍ମୀଙ୍କ ସହ ୪ଜଣ ଆହତ ହୋଇଥିଲେ । ୧୧ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଅନ୍ୟ ଡକାୟତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସର ଚଢ଼ାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.