Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ମାଛ ଧରାଳୀଙ୍କୁ ମାରି ପଙ୍କରେ ପୋତିଦେଲେ : ୨ ଅଭିଯୁକ୍ତ ଗିରଫ, ଜଣେ ଫେରାର

2/04/2021 at 2:49 PM

ବେତନଟୀ ୨।୪: ମାଛ ଧରାଳୀକୁ ମାରି ପଙ୍କରେ ପୋତିଦେଲେ । ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଗବତଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଧାନଶୋଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଏହି ଧାନଶୋଳ ଗ୍ରାମ ଲୋଧା ସାହିର ଏକ ପୋଖରୀକୁ ଗ୍ରାମ ପଞ୍ଚାୟତରୁ ଲିଜ୍ ସୂତ୍ରରେ ନେଇ ମାଛ ଚାଷ କରୁଥିଲେ ଗିରିଧାରୀ ସିଂ । ଗତ ବୁଧବାର ଦିନ ଅପରାହ୍ନରେ ଏକ ମଶାରୀ ନେଇ ଉକ୍ତ ପୋଖରୀରୁ ମାଛ ଧରିବାକୁ ଯାଇଥିଲେ ସନ୍ତୋଷ ଭକ୍ତା । ଖବର ପାଇ ଲିଜଧାରୀ ଗିରିଧାରୀ ଓ ତାଙ୍କର ଦୁଇ ପୁଅ ପୋଖରୀ ନିକଟରେ ପହଞ୍ଚି ସନ୍ତୋଷକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସନ୍ତୋଷ ଗୁରୁତର ହୋଇ ତଳେ ପଡିଯିବା ପରେ ମାଛଧରାରେ ବ୍ୟବହୃତ ମଶାରୀରେ ସନ୍ତୋଷକୁ ଗୁଡାଇ ପୋଖରୀ ପଙ୍କରେ ପୋତି ଦେଇ ପଳାଇଥିଲେ ଅଭିଯୁକ୍ତ । ଗତ ଗୁରୁବାର ଦିନ କେତେକ ପିଲା ପୋଖରୀରେ ଗାଧୋଇବା ସମୟରେ ଭାସୁଥିବା  ମଶାରୀର ଦଉଡିକୁ ଟାଣିବା ପରେ ସନ୍ତୋଷର ମୃତଦେହ ବାହାରକୁ ଆସିଥିଲା ।

ଘଟଣା ସମ୍ପର୍କରେ ବେତନଟୀ ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ଗିରିଧାରୀ ସିଂ ଓ ତାର ପୁଅ କୁନା ସିଂକୁ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଏ ନେଇ ବେତନଟୀ ଥାନାରେ ୧୦୬/୨୦୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।

   Related Posts