ବିଧାୟକ ସୌଭିକ ବିଶ୍ବାଳଙ୍କ ଘରୁ ଚୋରି ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 02, 2021 IST

କଟକ ୨।୧୧: କଟକ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ବାଳଙ୍କ ଘରୁ ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଦୀପୁ ଓରଫ ଦୀପକ ସାହୁ ଓ ବିଛୁଆତି ଓରଫ ଅନୀଲ ପରମାଣିକ । ଉଭୟଙ୍କୁ ପୋଲିସ ଭୁବନେଶ୍ବରରୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କଠାରୁ ଚୋରି ହୋଇଥିବା ଗୋଟିଏ ଲାପଟପ ଓ ଦୁଇଟି ମୋବାଇଲ ଜବତ କରିଛି ପୋଲିସ ।

{"id":537375,"sizeSlug":"full","linkDestination":"none"}

ଗତ ମାସ ୯ ତାରିଖରେ ବିଧାୟକଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ହୋଇଥିଲା ଅଭିଯୋଗ । ଗିରଫ ଅଭିଯୁକ୍ତ ଦୁଇ ଜଣ ବିଧାୟକଙ୍କ ଘରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.