୧୮ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 12, 2020 IST

ପୁରୀ ୧୨।୧୧: ବ୍ରାଉନ ସୁଗାର ବେପାର କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ କୋଣାର୍କ ଥାନା ପୋଲିସ । ଏମାନଙ୍କ ଠାରୁ ପୋଲିସ ୧୮ ଗ୍ରାମ୍ ବ୍ରାଉନସୁଗାର ସହ ୫୦ ହଜାର ଟଙ୍କା ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ କୋଣାର୍କ ଅଣସରା ଅଞ୍ଚଳର ପ୍ରଭାତ ସେଠୀ ଓ ଜୁଣେଇର ଦିଲ୍ଲୀପ କାଣ୍ଡି ।

ବୁଧବାର ଦିନ ବେଳା ପୋଲିସ ପାଟ୍ରୋଲିଂ କଲା ବେଳେ ଏହି ଦୁଇ ଅଭିଯୁକ୍ତଙ୍କୁ ସନ୍ଦେହ କରି ପଚରାଉଚରା କରିବା ସହ ବ୍ରାଉନସୁଗାର ସମେତ ଏକ ବାଇକ୍ ଜବତ କରିଛି ।  ଏହି ଦୁଇ ଅଭିଯୁକ୍ତ ଜଳେଶ୍ବରରୁ ବ୍ରାଉନସୁଗାର ଆଣି କୋଣାର୍କରେ ବିକ୍ରି କାରବାର ପାଇଁ ଯୋଜନା ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.