Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏକତରଫା ପ୍ରେମରୁ ହତ୍ୟାକାଣ୍ଡ – ନବରଙ୍ଗପୁର ଏସ୍‌ପି

3/01/2020 at 6:47 PM

ନବରଙ୍ଗପୁର ୧୪।୧୨: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଅନ୍ତର୍ଗତ ଗୁମଣ୍ଡଳୀ ଗାଁରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ପର୍ଦାଫାଶ କରିଛି ପୋଲିସ । ଘଟଣାର  ୨୦ ଦିନ ପରେ ପୋଲିସ ଦୁଇ ଜଣଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ପଖାନା ଗୁଡା ଗାଁର ଖାଡି ଭତରା ଓ ତା ସହଯୋଗୀ ଗୁମଣ୍ଡଳୀ ଗାଁର ବଳି ମାଝୀ ।

ତେବେ ଏକତରଫା ପ୍ରେମକୁ ନେଇ ଏହି  ହତ୍ୟାକାଣ୍ଡ ଘଟିଛି । ନାବାଳିକା ସହ ଦୁଷ୍କର୍ମ ହୋଇନଥିବା  ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନବରଙ୍ଗପୁର ଏସ.ପି ନିତିନ କୁସଲକର ପ୍ରକାଶ କରିଛନ୍ତି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି  ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାର ଗୁମଣ୍ଡଳୀ ଗାଁ ନିକଟ ବିଲରେ ଜଣେ ନାବାଳିକାଙ୍କ ମୃତଦେହ ମିଳିଥିଲା । ତେବେ ନାବାଳିକାଙ୍କୁ  ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା ।  ନାବାଳିକାଙ୍କ ମୃତଦେହ ନିକଟରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

   Related Posts