Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପୋଲିସ ହେପାଜତରେ ଥିବା ୨ଅଭିଯୁକ୍ତ ମେଡିକାଲରୁ ଫେରାର, ପୋଲିସ ଜାଣିଶୁଣି ଛାଡିଥିବା ଅଭିଯୋଗ

17/05/2021 at 3:18 PM

ଭଦ୍ରକ ୧୭।୫: ଇଦରେ ନମାଜ ପଢିବା ପରେ କୋଭିଡ଼ ନିୟମ ମାନିବା ପାଇଁ କହିବାରୁ ପ୍ରଥମେ ଗଣ୍ଡଗୋଳ । ପରେ ସଂଘବଦ୍ଧ ଭାବେ ଆକ୍ରମଣ ଘଟଣାରେ ଭିନ୍ନ ମୋଡ । ଥାନାରେ ଏତଲା ପରେ ଉଭୟ ପକ୍ଷର ଅଭିଯୁକ୍ତକୁ ଅଟକ ରଖିବା ସହ ଆହତଙ୍କୁ ମେଡିକାଲରେ ଚିକିତ୍ସା କରାଇଥିଲା ପୋଲିସ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରୁ ଚମ୍ପଟ ମାରିଛନ୍ତି ୨ ଜଣ ଅଭିଯୁକ୍ତ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଧିନ ବୁଧୁବାର ହାଟ ଅଞ୍ଚଳରେ ଇଦ୍ ଦିନ ନମାଜ ପାଠ ପରେ ଝଗଡା ହୋଇଥିଲା ଓ ପରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳରେ ଏକାଧିକ ଆହତ ଓ ଗୁରୁତର ହୋଇଥିଲେ । ତେବେ ପୁରୁଣାବଜାର ଥାନାରେ ଉଭୟ ପକ୍ଷଙ୍କ ଏତଲା ପରେ ୫ ଜଣଙ୍କୁ ଧରିଥିଲା ପୋଲିସ । ଗୋଟିଏ ପକ୍ଷର ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅପର ପକ୍ଷର ୩ ଜଣ ପୋଲିସ ହେପାଜତରେ ଭଦ୍ରକ  ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସିତ ହେଉଥିବା ବେଳେ ମେଡିକାଲରୁ ସେକ୍ ଭାଲୁ ଓ ସାହେବ ବାବୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ପୁରୁଣାବଜାର ପୋଲିସ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଦୁଇ ଅଭିଯୁକ୍ତ ଫେରାର ପରେ ଅପରପକ୍ଷ ଅଭିଯୋଗ ଆଣିଛନ୍ତି ଯେ ପୋଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଛାଡି ଦେଇଛି । ତେବେ ଏ ନେଇ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ  ।

   Related Posts