୨ଟି ୧୪ ଚକିଆ କ୍ରୋମାଇଟ୍ ଟ୍ରକ ଜବତ, ୬ ଗିରଫ

Published By : Prameya-News7 Bureau | May 29, 2020 IST

ଭୁବନ୨୯/୫: ଲକଡାଉନର ସୁଯୋଗ ନେଇ ମାଫିଆମାନେ ସକ୍ରିୟ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ୧୪ ଚକିଆ ଚୋରା କ୍ରୋମାଇଟ ଟ୍ରକ ଜବତ ସହିତ ଛଅ ଜଣ ଗିରଫ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କାନଖାଇ ଗ୍ରାମ ନିକଟ ଜଙ୍ଗଲରୁ ଦୁଇଟି ଚୋରା କ୍ରୋମାଇଟ ଗାଡି ଜବତ କରିଛି ଭୁବନ ପୋଲିସ । ଭୁବନ ଥାନା ପୋଲିସ ଆଇ. ଆଇ. ସି. ନିର୍ମଳା ଗୋଛାୟତଙ୍କର ତା-୨୮.୫.୨୦୨୦ ରିଖରେ ଭୁବନ ଥାନାରୁ ବଦଳି ହେବା ପରେ ମାଫିଆମାନେ ସକ୍ରିୟ ହୋଇ ଉଠିଥିଲେ ।

ଗତକାଲି ବିଳମ୍ବିତ ରାତିରେ ଭୁବନ ପୋଲିସ ଏ. ଏସ୍. ଆଇ . ରମେଶ ଚନ୍ଦ୍ର ସ୍ବାଇଁ ପେଟ୍ରୋଲିଂ ସମୟରେ ଭୁବନ ଥାନା ଅନ୍ତର୍ଗତ କାନଖାଇ ଗ୍ରାମ ନିକଟ ଜଙ୍ଗଲରୁ OR-07-L-5066 ଏବଂ OR-11-D-0380  ଦୁଇଟି ଚୋରା କ୍ରୋମାଇଟ ଟ୍ରକ ଜବତ କରିବା ସହିତ ଦୁଇ ଜଣ ଡ୍ରାଇଭର ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଘଟଣା ସମୟରେ କାମାକ୍ଷାନଗର ଏସ୍.ଡି.ପି.ଓ ଭୁବନ ଥାନାରେ ଉପସ୍ଥିତ ଥିବାରୁ ନିଜେ ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.