ପ୍ରତିଯୋଗିତା ଗୋଟିଏ, ବୟସ ସମାନ : ହେଲେ ଜଣେ ପାଇଲେ ସ୍ୱର୍ଣ୍ଣ ଆଉ ଜଣଙ୍କୁ ମିଳିଲା ରୌପ୍ୟ

Published By : Prameya-News7 Bureau | July 26, 2021 IST

ଟୋକିଓ ୨୬/୭: ଅଲିମ୍ପିକ୍ସର ଚତୁର୍ଥ ଦିନରେ ବେଶ ଦମ ଦେଖାଇଥିଲେ କିଶୋର ଖେଳାଳି । ତେବେ ସବୁଠାରୁ ବଡ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୧୩ ବର୍ଷର ଦୁଇ କିଶୋରୀ ଖେଳାଳି । ପ୍ରତିଯୋଗିତା ଥିଲା ସ୍କେଟ୍ ବୋର୍ଡିଂ । ପଦକ ପାଇଁ ଚାଲିଥିଲା ଫାଇଟ୍ । ଯେଉଁଥିରେ ଜାପାନର ନିଶିଆ ମୋମୋଜି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ରୌପ୍ୟ ପଦକ ହାସିଲ କରିଥିଲେ ବ୍ରାଜିଲର ରାଇସା ଲିଲ୍ ।

wp:html /wp:html

ଆଶ୍ଚର୍ଯ୍ୟଜନକ କଥା ହେଉଛି ଉଭୟ ଖେଳାଳିଙ୍କ ବୟସ ମାତ୍ର 13 ବର୍ଷ ଥିଲା । ମହିଳା ସ୍କେଟବୋର୍ଡିଂ ଇଭେଣ୍ଟରେ ଜାପାନର ୧୮ ବର୍ଷୀୟା ଫୁନା ନାକାୟାମା ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ତିନୋଟି ଖେଳାଳିଙ୍କ ପାଇଁ ଏହା ପ୍ରଥମ ଅଲିମ୍ପିକ୍ସ ଥିଲା । ଆଉ ଏହି ତିନି ଖେଳାଳିଙ୍କ ପ୍ରଥମ ପ୍ରଦର୍ଶନ ବି ଚମତ୍କାର ଥିଲା ।

ଆଉ ସେ ଦେଶ ପାଇଁ ପଦକ ଜିତି ଇତିହାସ ମଧ୍ୟ ସୃଷ୍ଟି କରିଥିଲେ ଏହି ତିନି କିଶୋରୀ । ସ୍କେଟ୍ ବୋର୍ଡିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଜାପାନର ନିଶିୟା ମୋମୋଜି ଖୁସିରେ ଆତ୍ମହରା ହୋଇପଡିଥିଲେ । କାନ୍ଦି କାନ୍ଦି ସେ କହିଥିଲେ ଏହି ସଫଳତା ମୋମୋଜି ପାଇଁ ବଡ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.