Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଟ୍ୱିଟରରେ ରିୟଲ୍ ଲାଇଫ୍ ହିରୋ ଅକ୍ଷୟ କୁମାର ଓ ସୋନୁ ସୁଦ୍‌ଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବାକୁ ଦାବି

29/06/2020 at 4:46 PM

ମୁମ୍ବାଇ ୨୯/୦୬ : ବଲିଉଡ ଖିଲାଡୀ ଅକ୍ଷୟ କୁମାର ଓ ସୋସିଆଲ ମିଡ଼ିଆରେ ରିୟଲ ଲାଇଫ ହିରୋ ସାଜିଥିବା ସୋନୁ ସୁଦ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ | ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଏହି ଦୁଇ ଅଭିନେତାଙ୍କ ନାଁ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି | ଅକ୍ଷୟ କୁମାର ଓ ସୋନୁ ସୁଦ କରୋନା ଲକଡାଉନ ସମୟରେ ଲୋକଙ୍କ ସାହାଯ୍ୟ କରି ଖୁବ ପ୍ରଶଂସା ପାଇଛନ୍ତି | ସୋନୁ ସୁଦ ଲୋକଙ୍କୁ ଆର୍ଥିକ ସହାୟତା ସହ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଯିବା ପାଇଁ ସାହାଯ୍ୟ କରିଛନ୍ତି | ସେଥିପାଇଁ ସୋନୁଙ୍କୁ ଲୋକେ ଭଗବାନଙ୍କ ଭଳି ସମ୍ମାନ ଦେଇଛନ୍ତି | ସୋନୁ ଲକଡାଉନ ସମୟରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି |

ବର୍ତ୍ତମାନ ଅକ୍ଷୟ କୁମାର ଓ ସୋନୁ ସୁଦଙ୍କୁ ସମାଜ ପ୍ରତି ସେମାନଙ୍କ ଯୋଗଦାନକୁ ନେଇ ସମ୍ମାନିତ କରିବାକୁ ସୋସିଆଲ ମିଡ଼ିଆରେ ଦାବି ହୋଇଛି | ୟୁଜର୍ସ ତଥା ପ୍ରଶଂସକ ଏହି ଦୁଇଜଣଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ଦିଆଯିବାକୁ ଦାବି କରିଛନ୍ତି | ଏ ସମ୍ବନ୍ଧରେ ଲୋକେ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ପୋଷ୍ଟ କରୁଛନ୍ତି | ଜଣେ ୟୁଜର ଦାନ କରିଥିବା ତାଲିକା ଦେଇ କହିଛନ୍ତି ଯେ ଅକ୍ଷୟ କୁମାର ଓ ସୋନୁ ସୁଦ ସଙ୍କଟ ସମୟରେ ମନ ଖୋଲି ଲୋକଙ୍କୁ ସାହାଯ୍ୟ କରିଛନ୍ତି | ସେଥିପାଇଁ ଏମାନଙ୍କୁ ଭାରତ ରତ୍ନ ଦିଆଯିବ ଉଚିତ | ଆଉ ଜଣେ ୟୁଜର ମଧ୍ୟ ଲେଖିଛନ୍ତି, ଉଭୟ ଅଭିନେତା ରିୟଲ ଲାଇଫରେ ବହୁତ ଭଲ କାମ କରିଛନ୍ତି | ସେଥିପାଇଁ ଏମାନେ ଭାରତ ରତ୍ନ ପାଇବା ଯୋଗ୍ୟ | ଲୋକେ ଅକ୍ଷୟ କୁମାର ଓ ସୋନୁ ସୁଦଙ୍କୁ ଅସଲି ଦେଶଭକ୍ତ କହିଛନ୍ତି | ଏହାଛଡା ତାଙ୍କୁ ରିୟଲ ଲାଇଫ ହିରୋର ମାନ୍ୟତା ମଧ୍ୟ ଦେଇଛନ୍ତି |

ତେବେ ଏହିଭଳି ଟ୍ୱିଟକୁ ନେଇ ଅକ୍ଷୟ କୁମାର ଓ ସୋନୁ ସୁଦ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ରଖିନାହାନ୍ତି |

   Related Posts