Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଟିଏମସିରେ ସାମିଲ ହେବା ପରେ ବାବୁଲ ସୁପ୍ରିୟଙ୍କୁ ଏମିତି କହିଲେ ବିଜେପି ନେତା ସ୍ବପନ ଦାସଗୁପ୍ତା, ମିଳିଲା ଜବାବ

19/09/2021 at 7:20 PM

କୋଲକାତା ୧୯/୦୯: ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିବାର ଦେଢ଼ ମାସ ପରେ ଟିଏମସିରେ ସାମିଲ ହୋଇଛନ୍ତି ବାବୁଲ ସୁପ୍ରିୟ।  ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ଭୁଲ ବୋଲି କହିବା ସହ ସବୁବେଳେ ମମତାଙ୍କୁ ଟାର୍ଗେଟ କରିଆସିଥିବା ସୁପ୍ରିୟ ଏବେ ବିଜେପିକୁ ଟାର୍ଗେଟ କରିବାରେ ବ୍ୟସ୍ତ। ଟିଏମସିରେ ସାମିଲ ହେବାର ଗୋଟିଏ ଦିନ ପରେ ସୁପ୍ରିୟ ଏବଂ ବିଜେପିର ବରିଷ୍ଠ ନେତା ସ୍ବପନ ଦାସଗୁପ୍ତାଙ୍କ ମଧ୍ୟରେ ଟ୍ବିଟର ଆରମ୍ଭ ହୋଇଛି ।

ସ୍ବପନ ରବିବାର କରିଥିବା ଟ୍ବିଟ୍‌ରେ ଲେଖିଛନ୍ତି, ବାବୁଲ ସୁପ୍ରିୟଙ୍କ ଦଳ ଡିଆଁରେ ବିଜେପି ସମର୍ଥକଙ୍କ କ୍ରୋଧ ସ୍ବାଭାବିକ। ବିପରୀତ ପରିସ୍ଥିତିରେ ସମନ୍ବୟ ରକ୍ଷା କରିବା ଏବଂ ଧୈର୍ଯ୍ୟ ରଖିବା ହିଁ ରାଜନୀତିର ଅଂଶ। କିନ୍ତୁ ଅବଶୋଷ, ବାବୁଲ ସୁପ୍ରିୟ ବ୍ୟସ୍ତରେ ଥିଲେ। ତାଙ୍କର ଏହି ନିଷ୍ପତ୍ତି ତାଙ୍କର ଇମେଜ ଖରାପ କରିବ।

ଏହା ପରେ ବାବୁଲ ସୁପ୍ରିୟ ମଧ୍ୟ ପ୍ରତିଜବାବ ଦେଇ ଟ୍ବିଟ୍‌ କରିଛନ୍ତି, ‘ଏହି କଥା ପ୍ରତିଦ୍ବନ୍ଦୀ ପାର୍ଟିରୁ ଆସି ବିଜେପିରେ ବରିଷ୍ଠ ପଦରେ ବସିଥିବା ଲୋକଙ୍କ ପାଇଁ ମଧ୍ୟ ଲାଗୁ ହେବ। କଣ ଦଳବଦଳ କରି ମୁଁ ଇତିହାସ ରଚିଦେଲି ? ଦଳବଦଳ କରି ବିଜେପିକୁ ଆସିଥିବା ନେତାଙ୍କ ପାଇଁ ମଧ୍ୟ ସମାନ କଥା ଲାଗୁ ହେବା ଦରକାର। ଦଳର ତୃଣମୂଳ ସ୍ତରର ନେତାଙ୍କୁ କୋଣଠେସା କରି ଆମଦାନୀ ନେତାଙ୍କୁ ବଡ଼ ପଦ ପଦବୀ ଦିଆଯାଉଛି। । କଣ ଏମିତି ଲୋକଙ୍କୁ ଛାଡ଼ିଦେବା ଦରକାର ଯେଉଁମାନେ ନିଜର ଏବଂ ବିଜେପିର ଛବି ଖରାପ କରିଛନ୍ତି ?’

   Related Posts