ହରେକୃଷ୍ଣ ମହତାବଙ୍କ ଅବଦାନ ନେଇ ରାଜ୍ୟ ରାଜନୀତି ସରଗରମ, ବିଜେପି ଓ ବିଜେଡି ମଧ୍ୟରେ ଟ୍ଵିଟ୍ ଯୁଦ୍ଧ, ମୁହାଁମୁହିଁ ହେଲେ ପ୍ରଣବ-ସମ୍ଵିତ

Published By : Prameya-News7 Bureau | April 13, 2021 IST

ଭୁବନେଶ୍ଵର ୧୩।୦୪: ଓଡ଼ିଶାର ବିକାଶରେ ହରେକୃଷ୍ଣ ମହତାବଙ୍କ ଅବଦାନ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ତାଙ୍କ ପୁଅ ଭର୍ତ୍ତୃହରି ମହତାବ ଏବେ ବିଜେଡି-ବିଜେପି ରାଜନୀତିର କେନ୍ଦ୍ରରେ ରହିଛନ୍ତି।  ଆଜି ଦୁଇ ଦଳର ନେତାଙ୍କ ମଧ୍ୟରେ ଟ୍ବିଟ୍ ଯୁଦ୍ଧ ଚାଲିଥିଲା।  କିନ୍ତୁ ଏହି ଯୁଦ୍ଧ ଭିତରେ ଲୁଚିର ରହିଛି ଗୁଢ଼ ରହସ୍ୟ।

କହିଁପେ ନିଗାହେଁ, କହିଁପେ ନିଶାନା । କିଛିଦିନ ହେଲା ଉଭୟ ହରେକୃଷ୍ଣ ମହତାବ ଓ ଭର୍ତ୍ତୃହରି ମହତାବଙ୍କୁ ନେଇ ରାଜ୍ୟ ରାଜନୀତିରେ ଯେଉଁ ଚର୍ଚା ଚାଲିଛି ଏହା ଆଜି ଦଳୀୟ କାର୍ଯ୍ୟକ୍ରମରୁ ଡେଇଁ ସୋସିଆଲ ମିଡିଆ ବୟାନବାଜି ପର୍ଯ୍ୟନ୍ତ ଲମ୍ବିଚି।  ଗତକାଲି (କଟକରୁ ଭିଜୁଆଲ ଆସିଥିଲା)  ପ୍ରଜାତନ୍ତ୍ରର ବିଷୁବ ମିଳନ ଉତ୍ସବ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରି କହିଥିଲେ ଭର୍ତ୍ତୁହରିଙ୍କ ଭଳି ସୁଯୋଗ୍ୟ ନେତାଙ୍କୁ ବିଜେଡି ଗୁରୁତ୍ବ  ନଦେବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହାକୁ କାଉଣ୍ଟରକରି ଆଜି ସକାଳୁ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ  ଟ୍ବିଟ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲମ୍ବସଙ୍କ ସହ ତୁଳନା କରିଛନ୍ତି।  ତା ସହିତ ଲେଖିଛନ୍ତି ଆପଣଙ୍କ ଦଳର ଲାଲକୃଷ୍ଣ ଆଡଭାନୀ ଓ ମୁରଲି ମନୋହର ଯୋଶୀଙ୍କ ଭଳି ନେତାଙ୍କ ଅମାପ ଅଭିଜ୍ଞତା  ଓ ଦକ୍ଷତାର ସଦୁପଯୋଗ କାହିଁକି କରୁନାହାଁନ୍ତି। ସେମାନେ ମଧ୍ୟ ଯଥେଷ୍ଟ ବୁଦ୍ଧିମାନ ଓ ବିଜେପି ପାଇଁ ସମର୍ପିତ ।

wp:html /wp:html

ପ୍ରଣବ ପ୍ରକାଶ ଦାସଙ୍କ ଏଭଳି ଟୁଇଟର କିଛି ସମୟ ପରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ କରି ଏହାର ଜବାବ ଦେଇଛନ୍ତି । ସେ ଲେଖିଛନ୍ତି, ବବି ବାବୁ ଆପଣ ମହତାବଙ୍କ ନାଁ ଶୁଣି ଏତେ ଅସହିଷ୍ଣୁ କାହିଁକି । ଭର୍ତ୍ତୁହରିଙ୍କ ପ୍ରଚେଷ୍ଟା ଯୋଗୁଁ  ନଭେମ୍ବର ୨୬କୁ ସାରା ଦେଶ ସମ୍ବିଧାନ ଦିବସ ଭାବେ ପାଳନ କରୁଛି। ସେ ଓଡିଆ ଲୋକ ଏବଂ ବିଜୁ ଜନତା ଦଳର । ତେଣୁ ଆପଣ ଖୁସି ହେବା ବଦଳରେ କାହିଁକି ରାଗି ଯାଉଛନ୍ତି । 

wp:html /wp:html

ଦେଶର ସ୍ବାଧୀନତା ସଂଗ୍ରାମ ଓ ଓଡିଶାର ବିକାଶ ପାଇଁ ମହତାବ ପରିବାର ଯୋଗଦାନ  ରାଜ୍ୟବାସୀ ଜାଣନ୍ତି । ଏକଥା ଯଦି ଜାଣିନାହାଁନ୍ତି ତା ହେଲେ ବରିଷ୍ଠ ମାନଙ୍କ ସହ ପରାମର୍ଶ କରି ମନ୍ତବ୍ୟ ଦିଅନ୍ତୁ ବୋଲି ସମ୍ବିତ ପାତ୍ର ଟୁଇଟ୍ କରିଛନ୍ତି । ଏକଥା ବି ସମ୍ବିତ ଟୁଇଟ୍ ରେ ଲେଖିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲମ୍ବସ ନୁହଁନ୍ତି ସେ କେବଳ ଗୁଣ୍ଡୁଚି ମୂଷା ଭଳି ଓଡିଶା ବିକାଶରେ ଯୋଗଦାନ ଦେଉଛନ୍ତି । ଦୁଇଦଳ ଭିତରେ ଏଭଳି କଥା କଟାକଟି ରାଜ୍ୟ ରାଜନୀତି ଚର୍ଚାକୁ ବେଶ ଖୋରାକ ଯୋଗାଇଛି ।

wp:html /wp:html

ଗତ ସପ୍ତାହରେ ଦିଲ୍ଲିରେ ହରେକୃଷ୍ଣ ମହତାବଙ୍କ ଲିଖିତ ପୁସ୍ତକ ଓଡିଶା ଇତିହାସର ହିନ୍ଦୀ ଅନୁବାଦକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ଉଭୟ ହରେକୃଷ୍ଣ ମହତାବ ଓ ଭର୍ତ୍ତୁହରି ମହତାବଙ୍କୁ ଭୂୟସି ପ୍ରଂଶସା କରିଥିଲେ । ମଞ୍ଚରେ ଥିଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭର୍ତ୍ତୃହରି ମହତାବ । ତାପରଠୁ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚା ଲମ୍ବିଥିବା ବେଳେ ଆଜି ଉଭୟ ବିଜେଡି ଓ ବିଜେପି ସୋସିଆଲ ମିଡିଆରେ ସାମ୍ନାସାମ୍ନା ହୋଇଛନ୍ତି।  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.