ନୂଆଦିଲ୍ଲୀ ୧୮/୧୦: ସୋସିଆଲ୍ ମିଡିଆ ଓ୍ବେବ୍ସାଇଟ୍ ଟ୍ବିଟ୍ର ବ୍ରଡ୍କାଷ୍ଟ ସମୟରେ ଏମିତି ଏକ ଭୁଲ୍ କରିଛି ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଲାଇଭ୍ ବ୍ରଡ୍କାଷ୍ଟ ସମୟରେ ଜାମ୍ମୁ-କାଶ୍ମୀରକୁ ଚୀନର ଅଂଶ ବୋଲି ଦର୍ଶାଇଛି ଟ୍ବିଟ୍ର। ସାମ୍ବାଦିକ ନୀତିନ ଗୋଖଲେ ଏହାକୁ ନେଇ ଟ୍ବିଟ୍ କରିବା ସହ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଅଭିଯୋଗ କରିଛନ୍ତି।
ଟ୍ବିଟ୍ର ହଲ୍ ଅଫ୍ ଫେମ୍ରେ ଲେହକୁ ସିଲେକ୍ଟ କରିବା ପରେ ଲୋକେସନ୍ରେ ‘ଜାମ୍ମୁ-କାଶ୍ମୀର , ପିପୁଲ୍ସ ରିପବ୍ଳିକ୍ ଅଫ ଚାଇନା’ ଦେଖାଉଛି। ଦ୍ବିତୀୟ ଥର ସର୍ଚ୍ଚ କରିବା ପରେ ବି ସମାନ ଲୋକେସନ୍ ଦେଖାଉଥିବା ଗୋଖଲେ ଟ୍ବିଟ୍ରେ ଲେଖିଛନ୍ତି। ଗୋଖ୍ଲେଙ୍କ ଟ୍ବିଟ୍ରେ ରିଟ୍ବିଟ୍ କରି ଅନ୍ୟ ୟଜ୍ର ବି ସମାନ କଥା ଲେଖୁଥିବା ଦେଖିବାକୁ ମିଳିଛି।
wp:core-embed/twitter {"url":"https://twitter.com/nitingokhale/status/1317720395038949376","type":"rich","providerNameSlug":"twitter","className":""} /wp:core-embed/twitter୨୦୧୨ରେ ମଧ୍ୟ ଟ୍ବିଟ୍ରେ ସମାନ ଭାବେ ‘ଜାମ୍ମୁ-କାଶ୍ମୀରକୁ , ପିପୁଲ୍ସ ରିପବ୍ଳିକ୍ ଅଫ ଚାଇନା’ ଦେଖାଉଥିଲା। ଅନ୍ୟପଟେ ଏଥିପାଇଁ ଟେକ୍ନୋଲୋଜିର ଦୋଷ ଦେଇ ଖସିବାକୁ ଚେଷ୍ଟା କରିଛନ୍ତି ଟ୍ବିଟ୍ର କର୍ତ୍ତୃପକ୍ଷ। ତେବେ ଟ୍ବିଟ୍ର ଏହି ଭୁଲ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁଜର୍ସ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଅପିଲ୍ କରିଛନ୍ତି। ଦୟାକରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏବେ ହିଁ ଉଚିତ ସମୟ ଗୋଟିଏ ବଡ଼ ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମର ମୁର୍ଖତାକୁ ନେଇ ଜବାବ ଦେବାର ବୋଲି ଜଣେ ୟୁଜର ଟ୍ବିଟ୍ରରେ ଲେଖିଛନ୍ତି।