ଆଜି ବହୁତ ଖୁସି ରାହୁଲଙ୍କ ସମର୍ଥକ, ଜାଣନ୍ତୁ ଏହା ପଛରେ ରହିଥିବା କାରଣ ?
21/04/2020 at 4:25 PM

ନୂଆଦିଲ୍ଲୀ ୨୧।୦୪: କରୋନା ଭାଇରସ୍ ବିରୁଦ୍ଧରେ ପୂରା ଦେଶ ଲଢେଇ ଜାରି ରଖିଛି। ଏହା ମଧ୍ୟରେ ଟୁଇଟ୍ରରେ ଆଜି #WHO_With_Rahul ଟପ୍ ଟ୍ରେଣ୍ଡ କରୁଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସମର୍ଥକ ଓ ନେତା ରାହୁଲଙ୍କ ପ୍ରଥମ ଟୁଇଟ୍କୁ ଉଲ୍ଲେଖ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଉଲ୍ଲେଖନୀୟ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) ଟୁଇଟ୍ କରିଛି ଯାହାକୁ ନେଇ ରାହୁଲଙ୍କ ସମର୍ଥକ ଉତ୍ସାହିତ ଅଛନ୍ତି। ରାହୁଲ କରୋନା ନେଇ ନିଜ ଟୁଇଟ୍ରେ ଯାହା ଉଲ୍ଲେଖ କରିଥିଲେ, ତାହାର ପ୍ରତିଫଳନ ଡବ୍ଲ୍ୟୁଏଚଓର ଟୁଇଟ୍ରେ ଦେଖିବାକୁ ମିଳିଛି।
ଡବ୍ଲ୍ୟୁଏଚଓର ଟୁଇଟ୍
ଡବ୍ଲ୍ୟୁଏଚଓ ନିଜର ଟୁଇଟ୍ରେ ଲେଖିଛି, ଲକ୍ଡାଉନ୍ରେ ଦେଶକୁ କରୋନାରୁ ଆଶ୍ଵସ୍ତି ମିଳିପାରେ ମାତ୍ର ଏଥିରେ ସବୁ କିଛି ହାସଲ ହୋଇ ପାରିବ ନାହିଁ। ଦେଶଗୁଡିକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ସେମାନେ ସଂକ୍ରମିତଙ୍କ ଚିହ୍ନଟ କରନ୍ତୁ, ପରୀକ୍ଷା କରାନ୍ତୁ, ଆସୋଲେଟେଡ୍ କରନ୍ତୁ, ପ୍ରତ୍ୟେକ କେସ୍କୁ ନୀରିକ୍ଷଣ କରନ୍ତୁ ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟ୍ରେସ୍ କରନ୍ତୁ।
ଡବ୍ଲ୍ୟୁଏଚଓ ଆଉ ଏକ ଚେତାବନୀ ଜାରି କରିଛି। ଡବ୍ଲ୍ୟୁଏଚଓ ଦୁନିଆର ସମସ୍ତ ଦେଶକୁ ସ୍ପଷ୍ଟ କରି ଦେଇଛି ଯେ, କୋଭିଡ୍-୧୯ କାରଣ ଜାରି ଲକ୍ଡାଉନ୍ ଶେଷ ହେବା ଉପରେ ସତର୍କତା ଅବଲମ୍ବନ କରିବା ଜରୁରୀ। ଏହି ବିଶ୍ଵ ସଂସ୍ଥା କହିଛି, ତରବରିଆ ଭାବେ ଲକ୍ଡାଉନ୍ ହଟାଇଲେ ପୁଣି ଥରେ ସ୍ଥିତି ଭୟଙ୍କର ହୋଇପାରେ।
ରାହୁଲଙ୍କ ଟୁଇଟ୍
ରାହୁଲ ଗାନ୍ଧୀ ଏପ୍ରିଲ ୧୩ରେ ଏକ ଟୁଇଟ୍ କରିଥିଲେ। ସେ ଲେଖିଥିଲେ ଯେ, ଲକ୍ଡାଉନ୍ କାରଣରୁ ଲକ୍ଷାଧିକ କୃଷକ, ପ୍ରବାସୀ ଶ୍ରମ ଜୀବୀ, ଦିନ ମଜୁରିଆ ଏବଂ ବ୍ୟବସାୟୀଙ୍କ ପାଇଁ ସ୍ଥିତି ମୁସ୍କିଲ ହୋଇ ପଡିଛି। ଏହାର ମୁକାବିଲା ପାଇଁ ବଡ ଧରଣରେ ରାପିଡ୍ ଟେଷ୍ଟିଂର ଆବଶ୍ୟକତା ରହିଛି, ଯଦ୍ଵାରା ଭାଇରସ୍ର ହଟ୍ସ୍ପଟ୍କୁ ଆଇସୋଲେଟେଡ୍ କରାଯାଇ ପାରିବ। ଏହା ବ୍ୟତୀତ ଅନ୍ୟ ଇଲାକାରେ କାରବାର ଧିରେ ଧିରେ ଖୋଲିବାକୁ ଅନୁମତି ମିଳୁ।
ଖୁସିରେ ରାହୁଲଙ୍କ ସମର୍ଥକ
ଡବ୍ଲ୍ୟୁଏଚଓର ଏହି ଟୁଇଟ୍କୁ କଂଗ୍ରେସର ସମର୍ଥକ ରାହୁଲଙ୍କ ବିଜୟ ହୋଇଥିବା କହିଛନ୍ତି। ରାହୁଲଙ୍କ ବିଚାର ଧାରା ଆଗକୁ ବଢୁଥିବା ସେମାନେ ଭାବିଛନ୍ତି। ଟୁଇଟରରେ ରାହୁଲଙ୍କ ସମର୍ଥକ ଲେଖିଛନ୍ତି ଯେ, ଗତ ସପ୍ତାହରେ ରାହୁଲ ଗାନ୍ଧୀ ଯେଉଁ ଟୁଇଟ୍ କରିଥିଲେ, ଡବ୍ଲ୍ୟୁଏଚଓ ରାହୁଲଙ୍କ ଏହି କଥାକୁ ଆଗକୁ ବଢାଇଛି।