କ୍ଲବହାଉସ୍ ଭଳି ଅଡିଓ ଚାଟିଙ୍ଗ୍ ଫିଚର୍ ‘Spaces’ ଲଞ୍ଚ୍ କରିବ ଟ୍ୱିଟର୍
3/03/2021 at 4:22 PM

ନୂଆଦିଲ୍ଲୀ ୦୩/୦୩ : ମାଇକ୍ରୋବ୍ଳଗିଙ୍ଗ ସାଇଟ ଟ୍ୱିଟର ଖୁବ ଶୀଘ୍ର ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଏହି ଏକ ଫିଚର ଯେଉଁଠି ଟ୍ୱିଟର ୟୁଜର୍ସ ଟାଇପ ବିନା ଟ୍ୱିଟ କରିପାରିବେ। ଅର୍ଥାତ ଅଡିଓ ଚାଟ ଫିଚର। ଟ୍ୱିଟର କହିଛି ଯେ ଭାରତରେ ଏଣ୍ଡ୍ରଏଡ଼ ୟୁଜର୍ସଙ୍କ ପାଇଁ ନୂଆ ଅଡିଓ ଫିଚର ‘Spaces’ ର ଟେଷ୍ଟିଙ୍ଗ ଆରମ୍ଭ ହୋଇଛି।
ଅଡିଓ ଚାଟ ଆପ କ୍ଲବହାଉସ ସହ ପ୍ରାୟ ସମାନ। କ୍ଲବହାଉସର ଲୋକପ୍ରିୟତା ଦେଖି ଟ୍ୱିଟର ବି ଏହିଭଳି ଫିଚର ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି। ଏହା ପୂର୍ବରୁ ଟ୍ୱିଟର iOS ୟୁଜରଙ୍କ ଏକ ଛୋଟ ଗ୍ରୁପ୍ ସହ ଗତ କିଛି ମାସ ହେଲା ସ୍ପେସ ଟେଷ୍ଟିଙ୍ଗ କରୁଥିଲା।
ଟ୍ୱିଟର୍ କହିଛି ଯେ ଭାରତରେ ଏଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଟେଷ୍ଟିଙ୍ଗ୍ ବିସ୍ତାର କରୁଛି ଯେପରି ୟୁଜର୍ସଙ୍କୁ ଶୁଣିବାକୁ, ଲାଇଭ୍ କହିବାକୁ ଏବଂ ହୋଷ୍ଟ ମୋଡରେଟ୍ ଅଡିଓ କଥାବାର୍ତ୍ତା ମଉକା ଦିଆଯାଇପାରିବ। ବର୍ତ୍ତମାନ ଏହି ଫିଚର୍ ଦେଶର କିଛି ବଛା ବଛା ଏଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ରହିଛି ଯେଉଁମାନେ ଦେଶର ଆପ୍ ବିଟା ପ୍ରୋଗ୍ରାମର ଅଂଶ।
କ୍ଲବହାଉସ୍ ଅଡିଓ ଚାଟ୍ ଉପରେ ଆଧାରିତ ଏକ ସୋସିଆଲ୍ ନେଟୱର୍କିଙ୍ଗ୍ ଆପ୍। ଏଥିରେ ୟୁଜର୍ସ ଲୋକଙ୍କ ମଧ୍ୟରେ ଚାଲିଥିବା ଯେକୌଣସି ପ୍ରସଙ୍ଗ ଉପରେ କଥାବାର୍ତ୍ତା ଓ ଇଣ୍ଟରଭ୍ୟୁ ଶୁଣିପାରିବେ। ଏହା କୌଣସି ଲାଇଭ୍ ପୋଡକାଷ୍ଟକୁ ଶୁଣିବା ସହ ସମାନ। ଏହାକୁ ରୋହନ ସେଠ୍ ଓ ପଲ୍ ଡେଭିଡସନ୍ ଲଞ୍ଚ୍ କରିଛନ୍ତି। କରୋନା କାଳରେ ଲଞ୍ଚ ହୋଇଥିବା ଏହି ଆପର ଲୋକପ୍ରିୟତା ସେତେବେଳେ ବଢି ଯାଇଥିଲା ଯେତେବେଳେ ଟେସ୍ଲା ଫାଉଣ୍ଡର୍ ଏଲନ ମସ୍କ କ୍ଲବହାଉସକୁ ନେଇ ଏକ ଟ୍ୱିଟ୍ କରିଥିଲେ। ଏଲନ ମସ୍କ ଲେଖିଥିଲେ ଯେ ସେ ଏହି ଆପରେ ଏକ ଚାଟ କରିବେ। ପରିଣାମ ସ୍ୱରୂପ ଚାଟ ସମୟରେ କ୍ଲବହାଉସର କନଭରସେସନ ରୁମ ଲିମିଟ ପାର ହୋଇଗଲା।