ଟ୍ୱିଟରର ନୂଆ ଫିଚର: କ’ଣ ପାଇଁ ଗୋଟିଏ ଟପିକ୍ ଟ୍ରେଣ୍ଡ କରୁଛି, ତାହା ଜଣାଇଦେବ

Published By : Prameya-News7 Bureau | September 02, 2020 IST

ନୂଆଦିଲ୍ଲୀ ୦୨/୦୯ : ଅଚାନକ ଟ୍ୱିଟରରେ କିଛି ଗୋଟିଏ ଟପିକ୍ ଟ୍ରେଣ୍ଡ୍ କରେ, ହେଲେ କ’ଣ ପାଇଁ? ଏମିତି ଏକ ପ୍ରଶ୍ନ ଅନେକ ସମୟରେ ଅନେକଙ୍କ ମନରେ ଉଠେ । ବର୍ଷକ ମଧ୍ୟରେ ଏହି ପ୍ରଶ୍ନ ୫୦ଲକ୍ଷ ଥର କରାଯାଇଥିବା ଟ୍ବିଟ୍ ଦର୍ଶାଇଛି। ଟ୍ୱିଟରରେ ଯାହା ଥରେ ଟ୍ରେଣ୍ଡ କରିବା ଆରମ୍ଭ କରେ ତା ବାବଦରେ ସମସ୍ତେ ଆଲୋଚନା ଆରମ୍ଭ କରନ୍ତି। କ’ ଣ ପାର୍ଇ ଟ୍ବିଟରରେ ଗୋଟିଏ ବିଷୟ ଟ୍ରେଣ୍ଡ କରୁଛି ତାକୁ ଜାଣିବା ପାଇଁ ୟୁଜର ଅନେକ ଥର ସ୍କ୍ରଲ୍ କରି ଜାଣିବାକୁ ଚେଷ୍ଟା କରନ୍ତି, ଏହା କେଉଁଠୁ ଆରମ୍ଭ ହେଲା ଓ ଏହା କ’ଣ? ତେବେ ଏସବୁ ସନ୍ଦେହ ଏବେ ଦୂର ହେବ ଏବଂ ଏହା ଜାଣିବା ସହଜ ହେବ ବୋଲି ଟ୍ୱିଟର ତା’ ବ୍ଲଗ୍ ପୋଷ୍ଟରେ ଜଣାଇଛି।

ଏହି ବ୍ଲଗରେ ଦର୍ଶାଯାଇଛି ଯେ, ଟ୍ୱିଟର ବା ଏହି ସୋସିଆଲ ପ୍ଲାଟଫର୍ମ ଏବେ ଟ୍ରଣ୍ଡ ଜାଣବାକୁ , ଟ୍ୱିଟ ଗୁଡିକର ସ୍ତରରେ କଣ ଘଟୁଚି, ସେ ସଂପର୍କୀତ ବିଷୟଲେଖ ବା ଆର୍ଟିକିଲ୍‌ରେ କ’ଣ ଘଟିବା ସହ ଟ୍ବିଟର ମୋମେଣ୍ଟସରେ କ’ଣ ଘଟୁଛି ତାହାଜାଣିବା ପାଇଁ ଏହା ଉପରେ କାମ ଜାରି ରହିଛି। ଏବେ ଟ୍ବିଟ୍ ପିନଡ ଟ୍ବିଟସ ଓ ଟ୍ରେଣ୍ଡରେ ଡେସକ୍ରିପସନ ବା ବର୍ଣ୍ମନାକୁ ଯୋଡାଯାଇଛି। ଏହା ଦ୍ବାରା ୟୁଜର ବୁଝିପାରିବ କ’ଣ ପାଇଁ କିଛି ଗୋଟିଏ ପ୍ରସଙ୍ଗ ଟ୍ରେଣ୍ଡ କରୁଛି।

ଏବେ ଠାରୁ କିଛି ଟ୍ରେଣ୍ଡରେ ସେସଂପର୍କୀତ ବାଖ୍ୟା ବା ସୂଚନା ଟ୍ୱିଟ ପିନ୍ ତା’ ଉପରେ ଦେଖାଇବ। ଟ୍ରେଣ୍ଡରେ ଏହି ରିପ୍ରେଜେନଟେଟିଭ୍ ବା ସୂଚନା ଟ୍ବିଟ୍ଆଇଓଏସ୍ ସ ଏଣ୍ଡ୍ରଏଡ୍ ୟୁଜର୍ ପାଇପାରିବେ। ଖୁବ୍ ଶୀଘ୍ର ଆଗକୁ ଏହା ଓ୍ବେବରେ ମଧ୍ୟ ଦେଖାଇବ। ଯଦି ଟ୍ୱିଟର ଆପ୍‌ରେ ଏହା ଦେଖିବାକୁ ମିଳୁନାହିଁ ତାହେ‌େଲ ଆପକୁ ଅପଡେଟ୍ କରନ୍ତୁ।

ରିପ୍ରେଜେନଟେଟିଭ୍ ଟ୍ବିଟ୍ସ ଏବଂ ଡେସକ୍ରିପସନ୍ ଟ୍ରେଣ୍ଡ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, କଲମ୍ବିଆ, ଇଜିପ୍ଟ, ଫ୍ରାନ୍ସ, ଭାରତ, ଆୟାରଲ୍ୟାଣ୍ଡ, ଜାପାନ, ମେକ୍ସିକୋ, ନ୍ୟୁଜିଲାଣ୍ଡ, ସାଉଦି ଅରବିଆ, ସ୍ପେନ, ବ୍ରିଟେନ୍ ସହ ଆମେରିକାରେ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.