Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଟ୍ବିଟର ହଟାଇଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରୋଫାଇଲ୍ ଡିପି, ଜାଣନ୍ତୁ କ’ଣ ଥିଲା କାରଣ

13/11/2020 at 9:16 AM

ନୂଆଦିଲ୍ଲୀ ୧୩।୧୧: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର ଗୁରୁବାର ରାତିରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କର ଡିସପ୍ଲେ ଫଟୋ ତାଙ୍କ ଅଫିସିଆଲ ଅକାଉଣ୍ଟରୁ ହଟାଇ ଦେଇଥିଲା । କିଛି ସମୟ ପରେ ଡିସପ୍ଲେ ଫଟୋ ପୁଣି ଦେଖିବାକୁ ମିଳିଥିଲା । ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଅନୁସାରେ ଏହା ଏଥିପାଇଁ କରାଯାଇଥିବ କାରଣ କେହି ଜଣେ ଏହି ଡିସପ୍ଲେ ଫଟୋ ଉପରେ କପି ରାଇଟ୍ କ୍ଲେମ୍ କରିଥିବ ।

ଯଦିଓ ଅମିତ ଶାହଙ୍କ ଡିସପ୍ଲେ ଫଟୋ କିଛି ସମୟ ପରେ ପୁଣି ଥରେ ଦେଖିବାକୁ ମିଳିଥିଲା । ଗୁରୁବାର ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିସପ୍ଲେ ଫଟୋ ସ୍ଥାନରେ ଲେଖାଥିଲା ‘ମିଡିଆ ନଟ୍ ଡିସପ୍ଲେ’ ଅର୍ଥାତ୍ ଫଟୋ ଦେଖାଯାଉନାହିଁ । ଏହାସହ ଟ୍ବିଟର ସୂଚନା ଦେଇଥିଲା ଯେ, କେହି ଜଣେ ଏହି ଫଟୋ ଉପରେ କପି ରାଇଟ୍ କ୍ଲେମ୍ କରିଥିଲା ।

ସୋସିଆଲ ମିଡିଆରେ ଅମିତ ଶାହ ଅତ୍ୟନ୍ତ ଲୋକପ୍ରିୟ । ଟ୍ବିଟରରେ ସବୁଠୁ ଅଧିକ ଫଲୋଅର୍ସ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଅମିତ ଶାହଙ୍କ ନାଁ ଆସୁଛି । ଅମିତ ଶାହଙ୍କର ୨୩.୬ ମିଲିୟନ ଫଲୋଅର୍ସ ଅଛନ୍ତି । ସେ କେବଳ ୨୯୬ ଲୋକଙ୍କୁ ଫଲୋ କରୁଛନ୍ତି ।

ଟ୍ବିଟର ନିକଟରେ ବିସିସିଆଇର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରୁ ଡିସପ୍ଲେ ଫଟୋ ହଟାଇ ଦେଇଥିଲା । ଡିସପ୍ଲେ ଫଟୋ ଉପରେ ଅନ୍ୟ କେହି କପି ରାଇଟ୍ କ୍ଲେମ୍ କରିଥିଲେ ।

   Related Posts