Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ଜର୍ଜ ଫ୍ଲଏଡ୍ ଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଶ୍ରଦ୍ଧାଞ୍ଜଳି ଭିଡିଓ ଟ୍ୱିଟରରେ ବ୍ଲକ୍, ବଢିଲା ବିବାଦ

6/06/2020 at 3:56 PM

ନ୍ୟୁୟର୍କ: ଉତ୍ତେଜକ ଭାଷଣ ଓ ବୟାନ ପୋଷ୍ଟିଂକୁ ନେଇ ଆମେରିକା ରାଷ୍ଟ୍ରପତି ଏବଂ ଟ୍ୱିଟର ମଧ୍ୟରେ ଅସନ୍ତୋଷ ପୁଣି ତେଜିଛି। ରାଷ୍ଟ୍ରପତି ଟ୍ରମ୍ପ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା ଅଶ୍ୱେତ ନାଗରିକ ଜର୍ଜ ଫ୍ଲଏଡ୍‌ ଙ୍କ ଶ୍ରଦ୍ଧାଞ୍ଜଳିରେ କରିଥିବା ପୋଷ୍ଟଟିକୁ ଟ୍ୱିଟର କପି ରାଇଟ୍ ଆଇନ ବାହାନାରେ ଡିଲିଟ୍ କରିଦେଇଛନ୍ତି। ଏହାକୁ ଟ୍ରମ୍ପଙ୍କ କ୍ୟମ୍ପେନ୍‌ ଟିମ୍ ପୋଷ୍ଟ କରିଥିଲେ। ତେବେ ଏହାର ମାଲିକଙ୍କ ଦାବି ଲାଗି ପୋଷ୍ଟ ଡିଲିଟ୍ କରାଯାଇଥିବା ଟ୍ୱିଟର ସୂଚିତ କରିଛି।

ଟ୍ୱିଟର ଆଟ୍ ଦି ରେଟ୍ ଟିମ୍‌ ଟ୍ରମ୍ପ ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଭିଡିଓ ଉପରେ ଲେବଲ ଲଗାଇଛନ୍ତି। ଯେଉଁଥିରେ କପି ରାଇଟ୍ ମାଲିକଙ୍କ ଦାବିରେ ମିଡିଆକୁ ଡିଜାବଲ କରାଯାଉଥିବା ଲେଖିଛନ୍ତି। ତେବେ ଟ୍ରମ୍ପଙ୍କ ୟୁ ଟ୍ୟୁବ୍ ଚାନେଲରେ ଏଙି ଭିଡିଓ ଦେଖାଯାଉଛି। ୩ମିନିଟ୍ ୪୫ ସେକେଣ୍ଡର ଏହି ଭିଡିଓରେ ଫ୍ଲଏଡଙ୍କ ଛବି ସହ ତାଙ୍କ ମୃତ୍ୟୁ ପରେ ଉପୁଜିଥିବା ପରିସ୍ଥିତିର ଭିଡିଓ ରହିଛି। ହେଲେ ଏହି ଭିଡିଓଟି ଟିମ୍‌ ଟ୍ରମ୍ପ ଟ୍ୱିଟରରେ ଦେଖାଯାଉ ନାହିଁ।

ତେବେ ଏ ନେଇ ଟ୍ୱିଟର ଏକ ବୟାନ ଜାରି କରିଛନ୍ତି। ଏଥିରେ ଆମେ କପିରାଇଟ୍ ନୀତି ଅନୁସାରେ କପିରାଇଟର ମାଲିକ ଅଥବା ତାଙ୍କ ପ୍ରାଧିକୃତଙ୍କ ଦ୍ୱାରା ପଠାଯାଇଥିବା ବୈଧ କପି ରାଇଟ୍ ଅଭିଯୋଗର ଆମେ ଜବାବ ଦେଇଥାଉ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏହି ମାମଲାରେ କିଏ ଅଭିଯୋଗ କରିଛନ୍ତି ସେ ନେଇ କିନ୍ତୁ ଟ୍ୱିଟର ନିରବତା ଅବଲମ୍ବନ କରିଛନ୍ତି। ହେଲେ ଭିଡିଓ ଡିଜାବଲ ହେବା ପରେ ରାଷ୍ଟ୍ରପତି ଓ ଟ୍ୱିଟର ବିବାଦ ଏବେ ଚରମ ସୀମାରେ ପହଞ୍ଚିଥିବା ଜଣାପଡିଛି।  

   Related Posts