ହାର ମାନୁ ନାହାନ୍ତି ଟ୍ରମ୍ପ ! ଜାନୁୟାରୀ ୨୦ରେ ବାଇଡେନଙ୍କୁ ରାଷ୍ଟ୍ରପତିଙ୍କ ଅଧିକାରିକ Account ସମର୍ପି ଦେବ twitter

Published By : Prameya-News7 Bureau | November 21, 2020 IST

ଲସ୍‌ଏଞ୍ଜେଲସ୍୨୧।୧୧ : ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରୀକ '@POTUS' ଆକାଉଣ୍ଟର ନିୟନ୍ତ୍ରଣ ଜାନୁୟାରୀ ୨୦ତାରିଖ ଦିନ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ ସମର୍ପିଦେବ ଟ୍ୱିଟର ।  ଆମେରିକା ରାଷ୍ଟ୍ରପତିଙ୍କ ପ୍ରେସିଡେନ୍ସିଆଲ ୱେଲକମ୍‌ ମାତ୍ରେ ଏହି କାର୍ଯ୍ୟ ସରିବ ବୋଲି ଟ୍ୱିଟର ଘୋଷଣା କରିଛି। ପ୍ରସଙ୍ଗରେ ଟ୍ୱିଟର କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ତାଙ୍କ ପରାଜୟ ସ୍ୱୀକାର କରନ୍ତୁ ଅଥବା ନ କରନ୍ତୁ କିନ୍ତୁ ଟ୍ୱିଟର ନିଜର କାମ କରିବ।

{"id":365519,"sizeSlug":"large"}

ଏଟ୍ ପିଓଟିୟୁଏସ୍‌ ବା ପ୍ରେସିଡେଣ୍ଟ ଅଫ ୟୁଏସ୍‌ ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରୀକ ଟ୍ୱିଟର ଆକାଉଣ୍ଟ। ଏହା ନିବର୍ତ୍ତମାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଆକାଉଣ୍ଟରୁ ଟ୍ୱିଟ୍‌ କରୁଛନ୍ତି ତାଠାରୁ ସମ୍ପୂର୍ଣ୍ଣ ପୃଥକ। ପ୍ରେସିଡେନ୍ସିଆଲ ୱେଲକମ୍‌ ଉତ୍ସବ ପରେ ଜୋ ବିଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ। ତେବେ ରାଷ୍ଟ୍ରପତିଙ୍କ ଅଧିକାରୀକ ଆକାଉଣ୍ଟ ଟ୍ରାନ୍ସଫର ଲାଗି ଟ୍ରମ୍ପ ଟିମ୍‌ ଓ ବିଡେନଙ୍କ ଟିମ୍‌ ସଦସ୍ୟଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନର କୌଣସି ଆବଶ୍ୟକତା ନାହିଁ।

{"id":365521,"width":575,"height":411,"sizeSlug":"large"}

ଟ୍ରମ୍ପ ରାଷ୍ଟ୍ରପତି ଭାବେ ଉପଯୋଗ କରୁଥିବା ଆକାଉଣ୍ଟର ସମସ୍ତ ଡାଟା ସଂଗ୍ରହ କରି ଆର୍କାଇଭ କରାଯିବ  ଓ ବାଇଡେନ ଶପଥପାଠ କରିବା ପରେ ଆକାଉଣ୍ଟ ନିୟନ୍ତ୍ରଣ କୌଣସି ନୂଆ ଆକାଉଣ୍ଟ ଭାବେ ତାଙ୍କୁ ଦେଇ ଦିଆଯିବ ବୋଲି ଟ୍ୱିଟର କହିଛି। ସଂସ୍ଥାର ମୁଖପାତ୍ର ନିକି ପେସିଲିଓ ଏ ନେଇ ଏକ ଇ-ମେଲ ଯୋଗେଦେଇଥିବା ସୂଚନାରେ ଏହି ଟ୍ରାନ୍ସଫର ଲାଗି ଏବେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି ବୋଲି ସୂଚିତ କରିଛନ୍ତି। କେବଳ ରାଷ୍ଟ୍ରପତି ନୁହଁନ୍ତି ଉପରାଷ୍ଟ୍ରପତି ଓ ହ୍ୱାଇଟ୍‌ ହାଉସ୍‌ଙ୍କ ସମସ୍ତ ସଂସ୍ଥାଗତ ଟ୍ୱିଟର ଆକାଉର ଟ୍ରାନ୍ସଫର ଲାଗି ଏବେ ସକ୍ରିୟତାର ସହ ପ୍ରସ୍ତୁତି  ଚଳାଯାଇଥିବା ସେ ମେଲରେ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.