Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସଂସଦୀୟ କମିଟିରେ ହାଜର ହେଲେ twitter, କହିଲେ କଡ଼ାକଡି ପାଳନ କରିବେ ଦେଶର ଆଇନ

18/06/2021 at 7:31 PM

ନୂଆଦିଲ୍ଲୀ  ୧୮।୬: ଦେଶର ସୂଚନା ଓ ପ୍ରଯୁକ୍ତି ସମ୍ପର୍କିତ ନୂଆ ନିୟମକୁ ନେଇ କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟ୍ୱିଟର ମଧ୍ୟରେ ଜାରି ଗତିରୋଧରେ ଶୁକ୍ରବାର ସଂସ୍ଥାର ଅଧିକାରୀ ସଂସଦୀୟ କମିଟିରେ ହାଜର ହୋଇଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ଦେଶର ଆଇନ ସର୍ବୋପରି, ଆଇନ ଉଲ୍ଲଂଘନ ଲାଗି ଟ୍ୱିଟର ବିରୋଧରେ କାହିଁକି ଜରିମନା କରାଯିବ ନାହିଁ ବୋଲି କହିଥିଲେ। ଏହାର ଜବାବରେ ଟ୍ୱିଟରର ଅଧିକାରୀମାନେ ଏଣିକି କଡ଼ାକଡ଼ି ଭାବେ ଦେଶର ଆଇନ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ଏହା ପୂର୍ବରୁ କେନ୍ଦ୍ର ସରକାର ଜୁନ୍‌ ପ୍ରାରମ୍ଭିକ ସପ୍ତାହରେ ଟ୍ୱିଟରକୁ ନୋଟିସ୍‌ ଜାରି କରି ନୂଆ ଆଇଟି ନିୟମର ତତ୍କାଳ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯଦି ସଂସ୍ଥା ଆଇନ ପାଳନ ନ କରନ୍ତି ଆଇଟି ଅଧିନିୟନରେ ଜବାବଦେହୀ ହୋଇପାରନ୍ତି ବୋଲି ସତର୍କ କରିଥିଲେ। ସୂଚନା ଓ ପ୍ରଯୁକ୍ତି ନେଇ ସଂସଦୀୟ ସ୍ଥାୟୀ କମିଟି ମାମଲାରେ ମଞ୍ଚର ଦୂରୁପୋଯୋଗ ଓ ନାଗରିକଙ୍କ ଅଧିକାରର ସଂରକ୍ଷଣକୁ ନେଇ ଗତ ସପ୍ତାହରେ ଟ୍ୱିଟରକୁ ସମନ ଜାରି  କରିଥିଲା। ଏହି ଅନୁସାରେ ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ମ୍ୟାନେଜର ସଗୁପ୍ତା କାମରାନ ଓ ଆଇନ ପରାମର୍ଶଦାତା ଆୟୁଷି କପୁର ଶୁକ୍ରବାର କମିଟିଙ୍କ ଆଗରେ ହାଜର ହୋଇଥିବା ବେଳେ ନିଜର ପକ୍ଷ ରଖିଛନ୍ତି।

  ଗତ କିଛି ଦିନ ହେଲା କେନ୍ଦ୍ର ସରାକର ଓ ଟ୍ୱିଟର ମଧ୍ୟରେ ଅନେକ ବିଷୟକୁ ନେଇ ଗତିରୋଧ ଜାରି ରହିଛି। ଏପରି ଏକ ସମୟରେ ଟ୍ୱିଟର ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାୟଡୁଙ୍କ ଟ୍ୱିଟରୁ ବ୍ଲୁ ଟିକ୍‌ ହଟାଇ ଦେବା ଘଟଣାକୁ ଉଗ୍ର କରିଥିଲା।  ଏହା ଛଡା ଦିଲ୍ଲୀ ପୋଲିସ ମଧ୍ୟ ଟ୍ୱିଟରକୁ ଟୁଲ କିଟ୍‌ ମାମଲାରେ ନୋଟିସ୍‌ ଜାରି କରିଥିଲେ। ଏଥିରେ ପୋଲିସ ମେ ୩୧ ତାରିଖ ଦିନ ଟ୍ୱିଟର ଇଣ୍ଡିଆଙ୍କ ପରିଚାଳନା ନିର୍ଦ୍ଦେଶକ ମନିଷ ମାହେଶ୍ୱରୀଙ୍କୁ ପଚାରା ଉଚରା ମଧ୍ୟ କରିଥିଲା।  

   Related Posts