Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟ୍ଵିଟର ଇଣ୍ଡିଆର ଅଭିଯୋଗ ନିବାରଣ ଅଧିକାରୀଙ୍କ ଇସ୍ତଫା, ନିକଟରେ କମ୍ପାନୀ ଦେଇଥିଲା ନିଯୁକ୍ତି

27/06/2021 at 10:43 PM

ନୂଆଦିଲ୍ଲୀ ୨୭।୦୬:  ସାମାଜିକ ଗଣମାଧ୍ୟମ କମ୍ପାନୀ ଟ୍ଵିଟର ଇଣ୍ଡିଆର ଅନ୍ତରୀଣ ଅଭିଯୋଗ ନିବାରଣ ଅଧିକାରୀ ଧର୍ମେନ୍ଦ୍ର ଚତୁର ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। କିଛି ସପ୍ତାହ ପୂର୍ବେ ଟ୍ଵିଟର ଇଣ୍ଡିଆ ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମ ଆଧାରରେ ତାଙ୍କର ନିଯୁକ୍ତି କରିଥିଲେ। ଭାରତର ନୂତନ ଆଇଟି ନିୟମ ଅନୁଯାୟୀ ସାମାଜିକ ଗଣମାଧ୍ୟମ କମ୍ପାନୀ ଟ୍ଵିଟର ନିଜ ଓ୍ଵେବସାଇଟ୍‌ରୁ ଧର୍ମେନ୍ଦ୍ରଙ୍କ ନାମ ମଧ୍ୟ ହଟାଇ ଦେଇଛି।

ଟ୍ଵିଟର ଏହି ମାମଲାରେ କୌଣସି ପ୍ରକାରର ଟିପ୍ପଣୀ କରିବାକୁ ମନା କରି ଦେଇଛି। ଅଭିଯୋଗ ନିବାରଣ ଅଧିକାରୀ ଏମିତି ସମୟରେ ଇସ୍ତଫା ଦେଇଛନ୍ତି, ଯେଉଁ ସମୟରେ ନୂତନ ଆଇଟି ନିୟମକୁ ନେଇ ଟ୍ଵିଟର ଓ ଭାରତ ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ନୂତନ ନିୟମ ପାଳନ ନକରିବା ନେଇ କେନ୍ଦ୍ର ସରକାର ଟ୍ଵିଟରକୁ ତାଗିତ୍‌ ମଧ୍ୟ କରି ସାରିଛନ୍ତି।

ସୂଚନାଯୋଗ୍ୟ, ମେ ୨୫ରେ ଲାଗୁ ନୂତନ ଆଇଟି ନିୟମ ଅନୁଯାୟୀ, ସାମାଜିକ ଗଣମାଧ୍ୟମ କମ୍ପାନୀକୁ ୟୁଜର୍ସ କିମ୍ବା ପୀଡିତଙ୍କ ଅଭିଯୋଗ ସମାଧାନ ପାଇଁ ଜଣେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବା ଜରୁରୀ। ଏଥିସହ ଅଧିକାରୀଙ୍କ ନିଯୁକ୍ତି ସଂପର୍କରେ ସରକାରଙ୍କୁ ଜଣାଇବା ସହ ଅଧିକାରୀଙ୍କ ନାମ ଓ ଠିକଣାର ସବିଶେଷ ତଥ୍ୟ ପ୍ରଦାନ କରିବେ।

   Related Posts