Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମୁଁ ତ ଜଣେ କର୍ମଚାରୀ, ମାମଲା କମ୍ପାନୀ ଉପରେ ହୁଏ…, ହାଇକୋର୍ଟରେ ଏମିତି କହିଲେ ଟ୍ବିଟ୍‌ର ଇଣ୍ଡିଆ ଏମଡି

24/06/2021 at 7:35 PM

ନୂଆଦିଲ୍ଲୀ ୨୪/୬: ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ମୁସଲିମ ବୃଦ୍ଧଙ୍କୁ ମାରପିଟ୍‌ ଏବଂ ଦାଢ଼ି କାଟିବା ନେଇ ଭିଡିଓ ଭାଇରାଲ୍‌ ମାମଲାରେ ଟ୍ବିଟ୍‌ର ଏବଂ ଟ୍ବିଟ୍‌ର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ବରୀଙ୍କୁ ପୋଲିସ ନୋଟିସ୍‌ କରିଥିଲା। ଏହା ପରେ ଗୁରୁବାର କର୍ଣ୍ଣାଟକ ହାଇକୋର୍ଟରୁ ମନୀଷଙ୍କୁ ଆଶ୍ବସ୍ତି ମିଳିଥିବା ଜଣାପଡ଼ିଛି। କର୍ଣ୍ଣାଟକ ହାଇକୋର୍ଟ ମାହେଶ୍ବରୀଙ୍କୁ ଆଶ୍ବସ୍ତି ଦେବା ସହ ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନନେବାକୁ ଗାଜିଆବାଦ ପୋଲିସକୁ ନିର୍ଦେଶ ଦେଇଛନ୍ତି।

କୋର୍ଟରେ ଶୁଣାଣି ଚାଲିଥିବା ବେଳେ ମନୀଷ ମାହେଶ୍ବରୀଙ୍କ ପକ୍ଷରୁ କୁହାଯାଇଥିଲା, ସେ ଜଣେ ସଧାରଣ କର୍ମଚାରୀ ଏବଂ କମ୍ପାନୀ ଉପରେ ମାମଲା ହେବା କଥା । ଏହା ପରେ ତାଙ୍କର ଯୁକ୍ତିକୁ କୋର୍ଟ ବିଚାର କରିବା ସହ ଅନ୍ତରୀଣ ଆଶ୍ବସ୍ତି ଦେଇଥିବା ନେଇ କୁହାଯାଉଛି। ମନୀଷ ମାହେଶ୍ବରୀ ଜଣେ ସାମାନ୍ୟ କର୍ମଚାରୀ ହୋଇଥିବା ବେଳେ ଏହି ମାମଲାରେ ତାଙ୍କର କୌଣସି ଭୂମିକା ନାହିଁ ଏବଂ ଯଦି ମାମଲା ହୁଏ ତେବେ କମ୍ପାନୀ ଉପରେ ହେବା କଥା ବୋଲି  ଟ୍ବିଟର ଇଣ୍ଡିଆର ଏମଡିଙ୍କ ଓକିଲ କୋର୍ଟରେ କହିଥିଲେ।

ମନୀଷ ବେଙ୍ଗାଲୁରୁରେ ରହୁଥିବା ବେଳେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ତାଙ୍କୁ ଭର୍ଚୁଆଲି ହାଜର ହେବାକୁ କହିଥିବା ବେଳେ ଗାଜିଆବାଦ ପୋଲିସ କିନ୍ତୁ ତାଙ୍କର ବ୍ୟକ୍ତିଗତ ଉପସ୍ଥିତି ପାଇଁ ଦାବି କରୁଛି। ଗାଜିଆବାଦ ଭାଇରାଲ୍‌ ଭିଡିଓ ମାମଲାରେ ଗୁରୁବାର ମନୀଷ ମାହେଶ୍ବରୀ ନିଜ ଓକିଲଙ୍କ ସହ ଲୋନି ବର୍ଡର ପୋଲିସ ଷ୍ଟେସନ୍‌ରେ ହାଜର ହେବାର ଥିଲା।

କିନ୍ତୁ ଏହା ପୂର୍ବରୁ ସେ କର୍ଣ୍ଣାଟକ ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଏର କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ଗାଜିଆବାଦ ପୋଲିସକୁ ମନୀଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦେଶ ଦେଇଛନ୍ତି। ପଚରା ଉଚରା କରିବାକୁ ଚାହୁଁଥିଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମନୀଷଙ୍କ ସହ କଥା ହୋଇପାରିବ ବୋଲି ପୋଲିସକୁ କହିଛନ୍ତି କୋର୍ଟ ।  

   Related Posts