Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଶେଷରେ ନଇଁଲା ଟ୍ବିଟର, ଭାରତ ସରକାରଙ୍କ ନୂଆ ଗାଇଡଲାଇନ୍‌ ମାନିବାକୁ ହେଲା ରାଜି

31/05/2021 at 6:12 PM

ନୂଆଦିଲ୍ଲୀ ୩୧/୫: ଶେଷରେ ନଇଁଲା ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର । ଭାରତ ସରକାରଙ୍କ ସୋସିଆଲ ମିଡିଆ ସହ ଜଡ଼ିତ ନୂଆ ଗାଇଡଲାଇନ୍‌ ପାଳନ କରିବାକୁ ରାଜି ହୋଇଛି । ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ପାଳନ କରିବା ସହ  ୨୮ ମେ’ରେ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିଥିବା ନେଇ ଟ୍ବିଟର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଛି। କିନ୍ତୁ ଟ୍ବିଟ୍‌ର ନିଜର ଅଭିଯୋଗ ନିବାରଣ ଅଧିକାରୀଙ୍କ ନାଁ ଘୋଷଣା କରିନାହିଁ।

ଯଦି ଡିଜିଟାଲ୍‌ ସମ୍ବନ୍ଧୀୟ ନୂଆ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା (ଆଇଟି) ନିୟମ ଉପରେ ରୋକ ଲାଗିନାହିଁ ତେବେ ଟ୍ବିଟ୍‌ର ଏହାର ପାଳନ କରିବ ବୋଲି କୋର୍ଟ କହିଛନ୍ତି । ଏହି ଟିପ୍ପଣୀ କରିବା ସହ ନିଜ ନିଜର ପକ୍ଷ ରଖିବାକୁ କେନ୍ଦ୍ର  ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ନୋଟିସ୍‌ ପଠାଇଛନ୍ତି ଜଷ୍ଟିସ୍‌ ରେଖା ପଲ୍ଲୀ। ଅମିତ ଆଚାର୍ଯ୍ୟ ନିଜର ଆବେଦନରେ ଦାବି କରିଛନ୍ତି ଯେ, ଟ୍ବିଟ୍‌ର ନିୟମର ପାଳନ କରୁନାହିଁ। କିନ୍ତୁ ଟ୍ବିଟ୍‌ର ପକ୍ଷରୁ କୋର୍ଟରେ ଦାବି କରାଯାଇଛି, ସମସ୍ତ ନିୟମର ପାଳନ କରାଯାଉଛି ଏବଂ ଜଣେ ଅଭିଯୋଗ ନିବାରଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

ସେପଟେ କେନ୍ଦ୍ର ସରକାର ଟ୍ବିଟ୍‌ର ଦାବି ମିଥ୍ୟା ବୋଲି କହିଛନ୍ତି। ଏହାକୁ ନେଇ କୋର୍ଟ କହିଛନ୍ତି, ‘ଯଦି ଏହି ନିୟମ ଉପରେ ରୋକ ଲାଗିନାହିଁ, ତେବେ ଟ୍ବିଟରକୁ ଏହାକୁ ପାଳନ କରିବାକୁ ହେବ।’  ଅନ୍ୟପଟେ ଟ୍ବିଟରର ଜଣେ ମୁଖପାତ୍ର କହିଛନ୍ତି, ‘ଟ୍ବିଟର ଭାରତରେ ଲାଗୁ ନିୟମ ପାଳନ କରିବାକୁ ପ୍ରୟାସ କରୁଛି। ଆମେ ପାରଦର୍ଶିତା, ସମସ୍ତ ସ୍ବରକୁ ସଶକ୍ତ ଓ ଭାରତୀୟ ଆଇନ୍‌ ଅନୁଯାୟୀ ଅଭିବ୍ୟକ୍ତିର ସ୍ବାଧୀନତା ଏବଂ  ଗୋପନୀୟତା ରକ୍ଷା ପାଇଁ ପ୍ରତିବଦ୍ଧ।’

ଏହା ପୂର୍ବରୁ ହ୍ବାଟସଆପ୍‌ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଲାଗୁ କରିବାକୁ ପ୍ରସ୍ତୁତ ନଥିଲା। କିନ୍ତୁ ମିଳିଥିବା ସୂଚନା ଅନୁସାରେ ହ୍ବାଟସଆପ୍‌ ମଧ୍ୟ ନୂଆ ନିୟମ ପାଳନ କରୁଛି ଏବଂ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତିକୁ ନେଇ ତଥ୍ୟ ସରକାରଙ୍କୁ ଦେଇଛି। ହ୍ବାଟସଆପ୍‌ ପୂର୍ବରୁ ଫେସବୁକ୍‌ ଏବଂ ଗୁଗଲ ବିରୋଧ ବିନା ନୂଆ ଗାଇଡଲାଇନ୍‌ ଲାଗୁ କରିଛନ୍ତି।  

   Related Posts