Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାରଙ୍କ ନାଲିଆଖିକୁ ବେଖାତିର ! ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟ୍ବିଟର

12/07/2021 at 4:04 PM

ନୂଆଦିଲ୍ଲୀ ୧୨/୭: ବାରମ୍ବାର କେନ୍ଦ୍ର ସରକାରଙ୍କ ତାଗିଦ ପରେ ମଧ୍ୟ ଟ୍ବିଟ୍‌ର ନିଜ ମନମାନୀ କରିବାରେ ବ୍ୟସ୍ତ । ପୁଣି ଥରେ ଜଣେ ନୂଆ ମନ୍ତ୍ରୀଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଚର୍ଚ୍ଚାକୁ ଆସିଛି ଟ୍ବିଟର । କେନ୍ଦ୍ର ସରକାରରେ ନୂଆ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ରାଜୀବ ଚନ୍ଦ୍ରଶେଖରଙ୍କ ଆକାଉଣ୍ଟରୁ ସୋମବାର କିଛି ସମୟ ପାଇଁ ସୋସିଆଲ ମିଡିଆ କମ୍ପାନୀ ବ୍ଲୁ ଟିକ୍‌ ହଟାଇ ଦେଇଥିବା ଜଣାପଡ଼ିଛି। କିଛି ସମୟ ପରେ ଟ୍ବିଟ୍‌ର ନିଜର ଭୁଲ ବୁଝିପାରି ମନ୍ତ୍ରୀଙ୍କ ଆକାଉଣ୍ଟରରେ ବ୍ଲୁ ଟିକ୍‌ ଫେରାଇଥିଲା।

ସେପଟେ କେନ୍ଦ୍ରମନ୍ତ୍ରୀ ଆକାଉଣ୍ଟର ନାଁ ପରିବର୍ତ୍ତନ କରିଥିବାରୁ ଏମିତି ହୋଇଥାଇପାରେ ବୋଲି ଟ୍ବିଟ୍‌ର ପକ୍ଷରୁ କୁହାଯାଇଛି। ରାଜୀବ ଚନ୍ଦ୍ରଶେଖର ମନ୍ତ୍ରୀ ହେବା ପରେ ଟ୍ବିଟ୍‌ର ଆକାଉଣ୍ଟ ନାଁକୁ Rajeev_GOI କରିଥିଲେ। ଏହା ସହ ଯଦି କେହି ୟୁଜର ୬ ମାସ ପର୍ଯ୍ୟନ୍ତ ଟ୍ବିଟ୍‌ରରେ ଆକ୍ଟିଭ୍‌ ନରୁହନ୍ତି ତେବେ ତାଙ୍କ ନାଁ ଆଗରୁ ବ୍ଲୁ ଟିକ୍‌ ହଟାଇଦିଆଯାଏ ବୋଲି ଜଣାପଡ଼ିଛି।

ଚନ୍ଦ୍ରଶେଖର ନିକଟରେ ଆଇଟି ଏବଂ ଦକ୍ଷତା ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଟ୍ବିଟ୍‌ର ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ସମେତ ଅନେକ ନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଇଦେଇଥିଲା । ଏହାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ମଧ୍ୟ ଜାରି ରହିଛି ।

   Related Posts