Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବଡ ତ୍ରୁଟି କରି ଦେଲା ଟ୍ଵିଟର, ଜାମ୍ମୁ-କାଶ୍ମୀରକୁ ଦର୍ଶାଇଲା ଚୀନର ଅଂଶ, ନା ଏପର୍ଯ୍ୟନ୍ତ ଭୁଲ୍ ସ୍ଵୀକାର କରିଛି ନା କ୍ଷମା ମାଗିଛି

19/10/2020 at 4:16 PM

ନୂଆଦିଲ୍ଲୀ ୧୯।୧୦: ଜାମ୍ମୁ-କାଶ୍ମୀରକୁ ଚୀନ୍‌ର ଅଂଶ ଦର୍ଶାଇ ଭାରତୀୟଙ୍କ ଟାର୍ଗେଟ୍‌ରେ ଆସିଛି ଟ୍ଵିଟର। ଲଦାଖର ରାଜଧାନୀ ଲେହ ସ୍ଥିତ ଓ୍ଵାର ମେମୋରିୟାଲରେ ଆୟୋଜିତ କାର୍ଯ୍ୟକ୍ରମକୁ କିଛି ସାମ୍ବାଦିକଙ୍କ ପକ୍ଷରୁ ସିଧା ପ୍ରସାରଣ କରାଯିବା ପରେ ଟ୍ଵିଟର ପକ୍ଷରୁ ଏହି ଭୁଲ୍ ହୋଇଛି। କିନ୍ତୁ କମ୍ପାନୀ ଏ ପର୍ଯ୍ୟନ୍ତ ନିଜର ଭୁଲ୍ ସ୍ଵୀକାର କରିନାହିଁ କି କ୍ଷମା ମଧ୍ୟ ମାଗି ନାହିଁ।

ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ସ୍ମୁତିରେ ନିର୍ମିତ ହଲ୍‌ ଅଫ ଫେମ୍‌ ମେମୋରିୟାଲରୁ ଲେଖକ ଓ ରାଷ୍ଟ୍ରୀୟ ସୁରକ୍ଷା ବିଶ୍ଳେଷକ ନୀତିନ ଗୋଖଲେ ଟ୍ଵିଟରରେ ଲାଇଭ ବ୍ରଡକାଷ୍ଟ ଆରମ୍ଭ କରିଥିଲେ। ଭିଡିଓରେ ଯେଉଁ ସ୍ଥାନ ଟ୍ୟାଗ୍‌ ଦେଖିବାକୁ ମିଳିଥିଲା ତାହା ଜାମ୍ମୁ-କାଶ୍ମୀର, ପିପୁଲ୍ସ ରିପବ୍ଲିକ ଅଫ ଚାଇନା ଥିଲା। ଗୋଖଲେ ଓ ଅନ୍ୟ ଟ୍ଵିଟର ୟୁଜର୍ସ ତୁରନ୍ତ ଏହି ଭୁଲ୍‌କୁ ନେଇ ଟ୍ଵିଟର ଓ ଟ୍ଵିଟର ଇଣ୍ଡିଆର ଆନୁଷ୍ଠାନିକ ହ୍ୟାଣ୍ଡେଲରେ ଅଭିଯୋଗ କରିଥିଲେ। ହେଲେ କୌଣସି ବି ଆକାଉଣ୍ଟରୁ କୌଣସି ଉତ୍ତର ମିଳିନାହିଁ।

ଗୋଖଲେ ଲାଇଭ୍ ବ୍ରଡକାଷ୍ଟ ପରେ ପରେ ତୁରନ୍ତ ଟ୍ଵିଟ୍ କରିଥିଲେ, ଟ୍ଵିଟରର ମିତ୍ର, ମୁଁ ହଲ୍ ଅଫ ଫେମ୍‌ରୁ ଲାଇଭ କରିଛି। ହେଲେ ହଲ୍‌ ଅଫ ଫେମର ଲୋକେସନ ଜାମ୍ମୁ-କାଶ୍ମୀର, ପିପୁଲ୍ସ ରିପବ୍ଲିକ ଅଫ ଚାଇନାର ବୋଲି ଦର୍ଶାଉଛି। କଣ ଆପଣ ପାଗଳ ହୋଇ ଯାଇଛନ୍ତି କି ?  ସେ ଅନ୍ୟ ଟ୍ଵିଟର ୟୁଜର୍ସଙ୍କୁ ହଲ୍‌ ଅଫ ଫେମ ଲୋକେସନ ଟ୍ୟାଗ୍‌ କରି ଟ୍ଵିଟରରେ ଲାଇଭ୍ କରନ୍ତୁ ବୋଲି କହିଛନ୍ତି।

ଅନ୍ୟ କିଛି ୟୁଜର୍ସ ମଧ୍ୟ ଫଟୋ ଓ ଲାଇଭ ବ୍ରଡକାଷ୍ଟକୁ ଅପଲୋଡ୍ କରି ଲୋକେସନକୁ ଟ୍ୟାଗ୍ କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ହଲ୍ ଅଫ ଫେମ୍‌ ଲେହକୁ ଚୀନର ଅଂଶ ଦର୍ଶାଯାଉଛି। ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନର ଫେଲୋ କଞ୍ଚନ ଗୁପ୍ତା ମଧ୍ୟ ଏହି ପ୍ରସଙ୍ଗ ଉପରେ ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି, ଟ୍ଵିଟର ଭୂଗୋଳ ବଦଳାଇ ଜାମ୍ମୁ-କାଶ୍ମୀରକୁ ଚୀନର ଅଂଶ ଘୋଷିତ କରିଛି। କଣ ଏହା ଭାରତୀୟ ଆଇନର ଉଲ୍ଲଂଘନ ନୁହେଁ ? କଣ ଆମେରିକାର ବଡ ଟେକ୍ କମ୍ପାନୀ ଆଇନର ଉପରେ ?

   Related Posts